ରାଉରକେଲା: 13 ଦଫା ଦାବି ରଖିଲେ ରାଉରକେଲା-ଚକ୍ରଧରପୁର ରେଳ ଡିଭିଜନ ଟିକେଟ ଚେକିଂଗ ଷ୍ଟାଫ । ଡିଭିଜନ ପକ୍ଷରୁ ଆୟୋଜିତ ସମର୍ପଣ କାର୍ଯ୍ୟକ୍ରମରେ ଷ୍ଟାଫ ଏହି ଦାବି ରଖିଛନ୍ତି । ଟିଟିଆଇ କ୍ୟାଡରକୁ ରନିଙ୍ଗ ଷ୍ଟାଫ କରିବା, କାର୍ଯ୍ୟ କରିବା ସମୟରେ ବିଭିନ୍ନ ସ୍ଥାନରେ ଛନ୍ଦି ହୋଇ ଅସୁବିଧାରେ ପଡୁ ଥିବା ଟିଟି ମାନଙ୍କୁ ସୁରକ୍ଷା ପ୍ରଦାନ, ମହିଳା ମାନଙ୍କ ପାଇଁ ଅଲଗା ରେଷ୍ଟ ରୁମ, ଟିଟିଇ ସିଟ ପୁନଃ ନିର୍ଦ୍ଧାରଣ, ଖାଲି ପଡି ଥିବା ସ୍ଥାନ ପୁରଣ ତଥା ସମୟରେ ପ୍ରମୋସନ, ଫ୍ରି ଗାଡି ପାର୍କିଙ୍ଗ ବ୍ୟବସ୍ଥା, ସିଟିଜି ତଥା ଏଚଆରଏ ଦେବା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଦାବି ଏଥିରେ ସାମିଲ ଥିଲା ।
ରେଳ -ବାଣିଜ୍ୟ ବିଭାଗର ଅଫିସରମାନେ କାର୍ଯ୍ୟକ୍ରମରେ ଅତିଥି ଥିଲେ । ରେଳ ସଂଗଠନକୁ ପ୍ରଭାବଶାଳୀ କରି ନିଜର ଅଧିକାର ସୁରକ୍ଷା ତଥା ରେଳ ବିଭାଗର ବିକାଶ ଉପରେ କାମ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଝାରସୁଗୁଡା, ରାଉରକେଲା, ଚକ୍ରଧରପୁର ତଥା ଟାଟା ସହିତ ଚକ୍ରଧରପୁର ଡିଭିଜନର ଟିକେଟ ଚେକିଂଗ ଷ୍ଟାଫ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ। ସେବା ପ୍ରଦାନ କରିଥିବା ପୁରୁଣା ଟିକେଟ ଚେକିଂଗ ଷ୍ଟାଫ ମାନଙ୍କୁ ଏହି ଅବସରରେ ସମ୍ୱର୍ଦ୍ଧିତ କରାଯାଇଥିଲା। ସଂଗଠନ କୁ ମଜବୁତ କରି ନିଜ ଦାବି ଉପସ୍ଥାନ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ବାରୋପ କରାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ