ETV Bharat / city

ଇସ୍ପାତ ନଗରୀରେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ରଥଯାତ୍ରା ଲାଗି ରାଉରକେଲା ସହରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶୁକ୍ରବାର ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 29, 2019, 5:59 AM IST

ରାଉରକେଲା: ପବିତ୍ର ଘୋଷଯାତ୍ରାକୁ ମାତ୍ର ଆଉ ଦିନ କେଇଟା ବାକି। ସେଥିପାଇଁ ରାଉରକେଲାରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏକ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ଏସପି ସାର୍ଥକ ଷଢଙ୍ଗୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ , ବିଭିନ୍ନ ବିଭାଗର ମୁଖ୍ୟ , ଇଣ୍ଟିଗ୍ରେସନ ଫୋରମର ସଦସ୍ୟମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ । ବିଶେଷକରି ରଥ ଯିବା ରାସ୍ତାର ମରାମତି, ଓହଳି ପଡିଥିବା ବିଦ୍ୟୁତ ତାରକୁ ଉପରକୁ ଉଠେଇବା ଆଦି ବିଷୟ ଉପରେ ଗୁରୁତ୍ୱ ଦେବାକୁ ପ୍ରଶାସନକୁ ନିବେଦନ ଵିଭିନ୍ନ ରଥଯାତ୍ରା କମିଟି ପକ୍ଷରୁ କରାଯାଇଥିଲା । ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

4

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.