ETV Bharat / city

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପ୍ରତିବାଦ - ସାମ୍ବାଦିକଙ୍କୁ ଦୁଃବ୍ୟବହାର

କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସାରା ରାଜ୍ୟରେ ବିଭିନ୍ନ ସାମ୍ବାଦିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଏସପିଙ୍କ ବିରୋଧରେ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଗଠନ ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ
author img

By

Published : Jul 18, 2019, 6:06 PM IST

Updated : Jul 18, 2019, 8:38 PM IST

ଭୁବନେଶ୍ୱର: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ସାମ୍ବାଦିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି । ସାମ୍ବାଦିକ ମହଲରେ କେନ୍ଦ୍ରାପଡା ଏସପିଙ୍କ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଥିବା ଏପରି ଦୁର୍ବ୍ୟବହାରକୁ ତୀବ୍ର ନିନ୍ଦା କରାଯାଉଛି ।

ଅନ୍ୟପଟେ ଅନୁଗୋଳରେ କେନ୍ଦ୍ରାପଡା ଏସପିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏକ ପ୍ରତିବାଦ ଶୋଭାଯାତ୍ରା କରି ଅନୁଗୋଳ ଏସପି ଅଫିସ ସାମ୍ନାରେ କୁଶପୁତ୍ତଳିକା ଦାହ କରିଛନ୍ତି । ଏହାପରେ ଉତ୍ତର-କେନ୍ଦ୍ରାଞ୍ଚଳର ଡିଆଇଜି ନରସିଂହ ଭୋଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେଠାରୁ ଆସି ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଜରିଆରେ ଗୃହସଚିବଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି । ତୁରନ୍ତ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କେନ୍ଦ୍ରାପଡା ଏସପି ନୀତିଶେଖର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାର ଜଣେ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇବା ସହ ଦୁଃର୍ବ୍ୟବହାର କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ବରର ସାମ୍ବାଦିକ ଏସପିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାମ୍ବାଦିକଙ୍କ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି । ଅନ୍ୟପଟେ ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟର ଅରୁଣା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି । ପରେ ଅନ୍ୟଏକ ଦାବିପତ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ସୁବାସ ନିଆଲଙ୍କୁ ପ୍ରଦାନ କରାଯାଇଛି ।

ଏହାସହ ରାଉରକେଲାର ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ମଧ୍ୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମକୁ ପ୍ରଦାନ କରାଯାଇ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏହି ସମୟରେ ରାଉରକେଲା ସହରର ଅନେକ ସାମ୍ବାଦିକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ସାମ୍ବାଦିକ ଙ୍କୁ ଆକ୍ରମଣ ର ପ୍ରତିବାଦ । ଅନୁଗୋଳ ରେ ସାମ୍ବାଦିକ ଙ୍କ ବିକ୍ଷୋଭ , କୁଶ ପୁତଳିକା ଦାହ ,DIG ଙ୍କୁ ଦାବି ପତ୍ର ।

Body:କେନ୍ଦ୍ରାପଡା sp ଙ୍କ ଦୁବ୍ୟବହର ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳ ରେ । ଆଜି ଅନୁଗୋଳ କାର୍ଯ୍ୟରତ ସାମ୍ବାଦିକ କ ମନେ କେନ୍ଦ୍ରାପଡା SP ଙ୍କ ଅଶାଳୀନତା କୁ ନିନ୍ଦା କରିବା ସହ ଗଣ ମାଧ୍ୟମ ପ୍ରତି କରିଥିବା ବ୍ୟବହାର କୁ ମଧ୍ୟ ନା ପସନ୍ଦ କରିଛନ୍ତି । ଯାହାର ପ୍ରତିବାଦରେ ଜିଲ୍ଲାର ସାମ୍ବାଦିକ ମାନେ ବିକ୍ଷୋଭ କରିବା ସହ କେନ୍ଦ୍ରାପଡା SP ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏକ ପ୍ରତିବାଦ ଶୋଭାଯାତ୍ରାରେ ସାମ୍ବାଦିକ ମାନେ ଅନୁଗୋଳ SP ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ କେନ୍ଦ୍ରାପଡା SP କୁସପୁତ୍ତଳିକ ଦାହ କରୁଥିଲେ । ପରେ ପରେ ଉତର କେନ୍ଦ୍ରାଞ୍ଚଳ DIG ନରସିଂହ ଭୋଳ ଙ୍କୁ ଭେଟି DIG ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେଠାରୁ ଆସି ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଜରିଆରେ ଗୃହ ସଚିବଙ୍କୁ ମଧ୍ୟ ଦାବି ପତ୍ର କରିଥିଲେ । ତୁରନ୍ତ SP ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
byte- ସନ୍ତୋଷ ମିଶ୍ର , ସାମ୍ବାଦିକ ।
byte-2ଅମିତ ମୋଦି , ସାମ୍ବାଦିକ ।
byte - 3ପର୍ଶୁରାମ ଦାସ ସାମ୍ବାଦିକ ।

Conclusion:
Last Updated : Jul 18, 2019, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.