ETV Bharat / city

ବୌଦ୍ଧ ଜେଲରେ ଓ୍ବାର୍ଡନଙ୍କୁ କଏଦୀଙ୍କ ସଂଘବଦ୍ଧ ଆକ୍ରମଣ, 2 ଗୁରୁତର - attavk

ବୌଦ୍ଧ ଜେଲରେ ହିଂସା । କଏଦୀଙ୍କ ଆକ୍ରମଣରେ 2 ଜେଲ ଓ୍ବାର୍ଡନ ଗୁରୁତର । କଏଦୀଙ୍କ ଗୃହକୁ ଓ୍ବାର୍ଡନ ଜୋତାପିନ୍ଧି ପ୍ରବେଶ କରିବାରୁ ଏହି ଗଣ୍ଡଗୋଳ ଘଟିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 11, 2019, 5:49 PM IST

ବୌଦ୍ଧ: ଜିଲ୍ଲା ଜେଲରେ କଏଦୀଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇ ଜଣ ଜେଲ ଓ୍ବାର୍ଡନ ଆହତ ହୋଇଥିବା ଜଣାପଡିଛି । ଘଟଣାପରେ ବୌଦ୍ଧ ପୋଲିସ ଜେଲକୁ ନିଜ କବଜାକୁ ନେଇଥିଲା । ଯେଉଁଥିପାଇଁ କୌଣସି ବଡ ଧରଣର ଅଘଟଣ ଘଟିନଥିଲା ।

ତେବେ ପ୍ରଥମଥର ପାଇଁ ଓ୍ବାର୍ଡନଙ୍କ ଉପରେ କଏଦୀମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଗୁରୁବାର ମଧ୍ୟାହ୍ନରେ ଜେଲର କଏଦୀ ଗୃହରେ 2 ଓ୍ବାର୍ଡନ ଜୋତାପିନ୍ଧି ପ୍ରବେଶ କରିବାରୁ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରାୟ 6 ରୁ 7 ଜଣ କଏଦୀ ମିଳିତ ଭାବେ 2 ଜଣ ଓ୍ବାର୍ଡନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଘଟଣା ପରେ ବୌଦ୍ଧ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଏସଡିପିଓ ସାଲେଷ୍ଟିନ ଟିଗା, ଥାନା ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ପୋଲିସ ବାହିନୀ ଜେଲ ମଧ୍ୟରେ ପଶି ଉତ୍ତେଜନାକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଘଟଣାର ପ୍ରକୃତ ତଥ୍ୟ ଜେଲରୁ ବାହାରି ନଥିବାବେଳେ ଏ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ଅଦ୍ୟାବଧି ଜେଲରେ ଉତ୍ତେଜନା ଲାଗି ରହିଥିବାବେଳେ ଓ୍ବାର୍ଡନମାନେ ଦୋଷୀ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.