ETV Bharat / city

ରାଉରକେଲା ମ୍ୟୁନିସିପାଲିଟିରେ କାର୍ଯ୍ୟକାରୀ ହେବ ବୁଲାବିକାଳୀ ଆତ୍ମନିର୍ଭର ଯୋଜନା - ବୁଲାବିକାଳୀଙ୍କର ଥଇଥାନ

ମହାମାରୀ କୋରୋନାରେ ପ୍ରଭାବିତ ବୁଲାବିକାଳୀ ଓ ଉଠା ଦୋକାନୀଙ୍କର ଥଇଥାନ ନିମନ୍ତେ ସରକାର, ପ୍ରଧାନମନ୍ତ୍ରୀ ବୁଲାବିକାଳୀ ଆତ୍ମନିର୍ଭର ଯୋଜନା ବା ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ।

Prime Minister's Swanidhi Yojana Implement at Rourkela Municipality
ରାଉରକେଲା ମୁନିସିପାଲିଟିରେ କାର୍ଯ୍ୟକାରୀ ହେବ ବୁଲାବିକାଳୀ ଆତ୍ମନିର୍ଭର ଯୋଜନା
author img

By

Published : Jul 31, 2020, 8:30 AM IST

ରାଉରକେଲା: ବୁଲା ବିକାଳୀଙ୍କ ପାଇଁ ଅପୂର୍ବ ସୁଯୋଗ ନେଇ ଆସିଛି ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା । ଯୋଜନା କାର୍ଯ୍ୟକାରୀ ଲାଗି ରାଉରକେଲା ମହାନଗର ନିଗମରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ମହାମାରୀ କୋରୋନାରେ ପ୍ରଭାବିତ ବୁଲାବିକାଳୀ ଓ ଉଠା ଦୋକାନୀ ମାନଙ୍କର ଥଇଥାନ ପାଇଁ ସରକାର, ପ୍ରଧାନମନ୍ତ୍ରୀ ବୁଲାବିକାଳୀ ଆତ୍ମନିର୍ଭର ଯୋଜନା ବା ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ରାଉରକେଲା ମୁନିସିପାଲିଟିରେ କାର୍ଯ୍ୟକାରୀ ହେବ ବୁଲାବିକାଳୀ ଆତ୍ମନିର୍ଭର ଯୋଜନା

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଲାବିକାଳୀ ମାନେ ସୁବିଧାରେ କ୍ଷୁଦ୍ର ଋଣ ପାଇପାରିବେ । ଏଥିରେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବ୍ୟବସାୟ କରୁଥିବା ବୁଲାବିକାଳୀ ମାନଙ୍କୁ ଅନ୍ତଃର୍ଭୁକ୍ତ କରାଯାଇ ସେମାନଙ୍କୁ ସୁବିଧା ପ୍ରଦାନ କରାଯିବ । ଯେଉଁ ବୁଲାବିକାଳୀମାନେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୨୪ ମାର୍ଚ୍ଚ, ୨୦୨୦ ପୂର୍ବରୁ ବ୍ୟବସାୟ କରୁଥିବେ, ସେମାନେ ଏହି ଯୋଜନାର ସୁବିଧା ପାଇପାରିବେ । ଏଥିଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ପ୍ରମାଣପତ୍ର ପାଇଥିବା ଆବଶ୍ୟକ । ଯେଉଁମାନେ ପ୍ରମାଣ ପତ୍ର ପାଇନଥିବେ କିନ୍ତୁ ସର୍ଭେରେ ଚିହ୍ନଟ ହୋଇଥିବେ, ସେମାନେ ମଧ୍ୟ ଏହି ଯୋଜନା ଲାଗି ଯୋଗ୍ୟ ବିବେଚିତ ହେବେ ।

ସେହିପରି ଯେଉଁ ବୁଲାବିକାଳୀ ମାନେ ସର୍ଭେ ସରିଲା ପରେ ବ୍ୟବସାୟ ଆରମ୍ଭ କରିଥିବେ କିନ୍ତୁ ୨୪ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ନେଇ ସୁପାରିଶପତ୍ର ରାଉରକେଲା ମହାନଗର ନିଗମ କିମ୍ବା ଟାଉନ ଭେଣ୍ଡିଂ କମିଟି ଠାରୁ ପାଇଥିବେ, ସେମାନେ ମଧ୍ୟ ଏହି ଯୋଜନାର ଲାଭ ନେଇପାରିବେ । ସହରର ଆଖପାଖ ଅଞ୍ଚଳରୁ ଆସି ରାଉରକେଲାରେ ଦୈନିକ ବ୍ୟବସାୟ କରୁଥିବା ବୁଲାବିକାଳୀ ମାନଙ୍କ ଲାଗି ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି । ରାଉରକେଲା ମହାନଗର ନିଗମ କିମ୍ବା ଟାଉନ ଭେଣ୍ଡିଂ କମିଟି ଠାରୁ

ସୁପାରିଶ ପତ୍ର ପାଇଥିବା ବ୍ୟବସାୟୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଆବେଦନ କରିପାରିବେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.