ରାଉରକେଲା: ଏବେ ରାଜ୍ୟକୁ ଘାରିଛି ପଙ୍ଗପାଳ ଚିନ୍ତା । ସୋମବାର ଦିନ ପଙ୍ଗପାଳ ଦଳ ଛତିଶଗଡ଼ ପହଞ୍ଚି ଯାଇଥିବାରୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବେ ସତର୍କ ହୋଇଯାଇଛି । ଜିଲ୍ଲାର ଫସଲ, ଜଙ୍ଗଲ ଏବଂ ଉଦ୍ୟାନମାନଙ୍କୁ ପଙ୍ଗପାଳ ଦାଉରୁ ରକ୍ଷା କରିବା ଲାଗି ମଙ୍ଗଳବାର ଦିନ ସୁନ୍ଦରଗଡରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା ।
ଏହି ବୈଠକ ରେ ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ, ଫାୟାର ବ୍ରିଗେଡ଼ ବିଭାଗ ଅଧିକାରୀମାନେ ଯୋଗଦେଇ କିପରି ପଙ୍ଗପାଳ ବିପଦର ମୁକାବିଲା କରାଯାଇପାରିବ ସେ ବାବଦରେ ଆଲୋଚନା କରିଥିଲେ । କୀଟନାଶକ ଔଷଧ ସିଞ୍ଚନ ସହ ପଙ୍ଗପାଳ ଦଳର ମୁକାବିଲା ଲାଗି କିପରି ଫାୟାର ଟିମ ସହ ଅନ୍ୟମାନଙ୍କୁ ନିୟୋଜିତ କରାଯାଇ ପାରିବ ସେ ବାବଦରେ ଆଲୋଚନା ହୋଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ