ETV Bharat / city

ସମ୍ୱଲପୁରରୁ ସାଇକେଲ ପଷ୍ଚିମବଙ୍ଗ ଯାଉଥିବା 5 ଜଣଙ୍କୁ ଆଶ୍ରୟସ୍ଥଳୀ ପଠାଇଲା ପୋଲିସ

ସମ୍ବଲପୁରରୁ ସାଇକେଲ ଦ୍ୱାରା ପଶ୍ଚିମବଙ୍ଗକୁ ଯାଉଥିବା 5 ଜଣଙ୍କୁ ଅଟକ ରଖି ସେମାନଙ୍କୁ ଆଶ୍ରୟସ୍ଥଳୀ ପଠାଇଛି ପୋଲିସ।

police
5 ଜଣଙ୍କୁ ଆଶ୍ରୟସ୍ଥଳୀ ପଠାଇଲା ପୋଲିସ
author img

By

Published : Apr 22, 2020, 3:47 PM IST

ରାଉରକେଲା: 5 ଜଣଙ୍କୁ ଆଶ୍ରୟସ୍ଥଳୀ ପଠାଇଲା ପୋଲିସ । ସମ୍ବଲପୁରରୁ ସାଇକେଲ ଦ୍ୱାରା ପଶ୍ଚିମବଙ୍ଗକୁ ଯାଉଥିବା 5 ଜଣଙ୍କୁ ଅଟକ ରଖି ସେମାନଙ୍କୁ ଆଶ୍ରୟସ୍ଥଳୀ ପଠାଇଛି ପୋଲିସ।

5 ଜଣଙ୍କୁ ଆଶ୍ରୟସ୍ଥଳୀ ପଠାଇଲା ପୋଲିସ

ଗତ ମଙ୍ଗଳବାର ରାତିରେ ଏମାନେ ରାଉରକେଲା ପହଞ୍ଚିବା ପରେ କିଛି ସ୍ବେଛାସେବୀ ସେମାନଙ୍କୁ ଖାଇବାକୁ ଦେଇଥିଲେ। ପରେ ପୋଲିସ ଖବର ପାଇ ସେମାନଙ୍କୁ ନେଇଯାଇଥିଲେ। ଏହି ଯୁବକମାନେ ସମ୍ବଲପୁରରେ ଶ୍ରମିକ ଭାବରେ କାମ କରନ୍ତି। ଲକଡାଉନ ପରେ ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଥିବା ସହ ଭୋକ ଉପାସରେ ସେମାନଙ୍କୁ ରହିବାକୁ ପଡୁଥିବା ଜଣେ ଯୁବକ କହିଛନ୍ତି ।

ସେଥିପାଇଁ ସେମାନେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ସ୍ଥିତ ତାଙ୍କ ଗାଁକୁ ଯିବାପାଇଁ ସାଇକେଲରେ ବାହାରିଥିଲେ। ସମ୍ବଲପୁର, ଝାରସୁଗୁଡା ,ସୁନ୍ଦରଗଡ଼ ଦେଇ ରାତିରେ ରେଳ ଷ୍ଟେସନ ନିକଟରେ ପହଞ୍ଚି ଥିଲେ।ସେଠାରୁ ପୋଲିସ ସେମାନଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.