ରାଉରକେଲା: ଓଡିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ(PLFI)ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇ ଥିବା ସୂଚନା । ଅନ୍ୟପକ୍ଷେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁ ଚିକିତ୍ସା ପାଇଁ ରିମ୍ସ ପଠାଯାଇଛି । ତେବେ ଏହି ଅପରେସନରେ PLFI ହେମନ୍ତି ଟୋପନା , ମୋଇଲେନ ବର୍ଡିଂ, ବିର୍ଷା କୋଙ୍ଗଡ଼ି, ଜନସନ ବାର୍ଳାକୁ ଗିରଫ କରିଛି ପୋଲିସ।
ସୀମାନ୍ତରେ ପିଏଲଏଫଆଇ ଗତିବିଧି ବୃଦ୍ଧି ପାଇଥିବାରୁ ପୁଲିସ ଏମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ସବଜୋନାଲ କମାଣ୍ଡର ସୂଚିତ ସିଂହଙ୍କ ନେତୃତ୍ବରେ ଜଙ୍ଗଲରେ ବହୁତ ସଂଖ୍ୟାରେ ପିଏଲଏଫଆଇ ସଦସ୍ୟ ଏକତ୍ରିତ ହୋଇ ଥିବାର ଖବର ପାଇ ସିମଡେଗା ଏସପି ସଞ୍ଜୀବ କୁମାରଙ୍କ ନେତୃତ୍ବରେ ପୋଲିସର ଏକ ଟିମ୍ ଏମାନଙ୍କୁ ଧରିବା ପାଇଁ ଯାଇଥିଲା। ପୁଲିସକୁ ଦେଖି ପିଏଲଏଫଆଇ ପକ୍ଷରୁ ଗୁଳି ଚାଳନା କରା ଯାଇଥିଲା । ଏହାପରେ ଅନେକ ସମୟ ଧରି ପୋଲିସର ଅପରେସନ ପରେ ଜଣେ ପିଏଲଏଫଆଇ ସଦସ୍ୟର ମୃତ୍ୟୁ ହେବା ସହ 5 ଜଣ ଗିରଫ ହୋଇଛନ୍ତି । ଗିରଫ ପିଏଲଏଫଆଇ ସଦସ୍ୟଙ୍କଠାରୁ AK-47 ସହିତ ବହୁତ ସଂଖ୍ୟାରେ ବନ୍ଧୁକ ଗୁଳି ତଥା ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ