ରାଉରକେଲା: କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଶନିବାର ସନ୍ଧ୍ୟା 5ଟା 30ରେ ପ୍ରତିଟି ଓଡିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟ ଉତ୍କଳ ସଙ୍ଗୀତ ଗାନ କରିଥିବା ବେଳେ ରାଉରକେଲା ସହରରେ ମଧ୍ୟ ଶୁଭିଥିଲା ଏକତାର ପ୍ରତିଧ୍ବନୀ ।
ସହରରେ ବିଶ୍ରା ଛକରୁ ପୋଲିସ ଅଧିକାରୀ ତଥା ଯବାନମାନଙ୍କ ଉପରେ ଫୁଲ ବର୍ଷା କରା ଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ମଧ୍ୟ ଏକତ୍ରିତ ହୋଇ ସାମୂହିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଶନିବାର ସହରର ମୁଖ୍ୟ ରାସ୍ତା ଏକ ପ୍ରକାର ଉତ୍ସବ ମୁଖର ହୋଇ ଉଠିଥିବା ଦେଖାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ