ରାଉରକେଲା: ଟ୍ରେନରୁ ଖସି ଯୁବକ ମୃତ । ବଣ୍ଡମୁଣ୍ଡା ରେଳ ଷ୍ଟେସନରେ ଘଟିଛି ଏହୁ ଦୁଃଖଦ ଘଟଣା । ଟ୍ରେନରେ ଗଲାବେଳେ ମୃତକ ଜଣଙ୍କ ମୁଣ୍ଡ ବାହରକୁ କାଢି ରଖିଥିଲେ । ଏହି ସମୟପରେ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ସେ ତଳକୁ ଖସି ପ୍ରାଣ ହରାଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ ।
ମୁଣ୍ଡ ବାହାରେ ଥିବା ବିଜୁଳି ଖୁଣ୍ଟରେ ବାଡେଇ ହୋଇ ଟ୍ରେନ ରୁ ଖସି ଯୁବକଙ୍କର ମୃତ୍ୟୁ ହୋଇଛି। ମୁଣ୍ଡ ଉପରେ ଅଧିକ ଆଘାତ ଲାଗିଥିବାରୁ ସେ ପ୍ରାଣ ହରାଇଥିବା ଜଣାପଡିଛି । ଏହି ଖବର ପାଇବା ପରେ ରେଳ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି।
ମୃତକ ଜଣକ ସକାଳୁ କିମ୍ବା ରାତିରେ କୌଣସି ଟ୍ରେନରୁ ପଡି ଥିବା ସନ୍ଦେହ କରୁଛି ପୋଲିସ । ବର୍ତ୍ତମାନ ସୁ୍ଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର , ଇଟିଭି ଭାରତ