ETV Bharat / city

ଷ୍ଟେସନରେ ଅବ୍ୟବସ୍ଥା ପାଇଁ ଝାଡଖଣ୍ଡରେ ଓହ୍ଲାଇଲେ ଓଡିଆ ପ୍ରବାସୀ ଶ୍ରମିକ

author img

By

Published : May 25, 2020, 12:53 PM IST

Updated : May 25, 2020, 5:02 PM IST

ଓଡିଶାର 400ରୁ ଅଧିକ ଶ୍ରମିକମାନଙ୍କୁ ଝରସୁଗୁଡା କିମ୍ବା ରାଉରକେଲାରେ ଓହ୍ଲାଇବା ପାଇଁ ଅନୁମତି ମିଳି ନ ଥିବାରୁ ସେମାନେ ସେହି ଟ୍ରେନରେ ବୋକାରୋ ପର୍ଯ୍ୟନ୍ତ ଯିବାକୁ ବାଧ୍ୟ ହେଲେ ।

odisha-workers-descend-on-jharkhand-due-to-unrest-at-the-station
ଷ୍ଟେସନରେ ଅବ୍ୟବସ୍ଥା ପାଇଁ ଓଡିଶା ଶ୍ରମିକ ଓହ୍ଲାଇଲେ ଝାଡଖଣ୍ଡରେ

ରାଉରକେଲା: ଓଡିଶାର 700ରୁ ଅଧିକ ଶ୍ରମିକମାନଙ୍କୁ ଝରସୁଗୁଡା କିମ୍ବା ରାଉରକେଲାରେ ଓହ୍ଲାଇବା ପାଇଁ ଅନୁମତି ମିଳି ନ ଥିବାରୁ ସେମାନଙ୍କ ମଧ୍ୟରୁ କିଛିଙ୍କୁ ଟ୍ରେନରେ ଝାଡଖଣ୍ଡର ବୋକାରୋ ପର୍ଯ୍ୟନ୍ତ ଯିବାକୁ ବାଧ୍ୟ ହେଲେ ।

ଷ୍ଟେସନରେ ଅବ୍ୟବସ୍ଥା ପାଇଁ ଝାଡଖଣ୍ଡରେ ଓହ୍ଲାଇଲେ ଓଡିଆ ପ୍ରବାସୀ ଶ୍ରମିକ

ମହାରାଷ୍ଟ୍ରର କୋହ୍ଲାପୁରରୁ ବୋକାରୋ ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନରେ ଆସିଥିବା 700 ଓଡ଼ିଆ ଶ୍ରମିକ ଓଡ଼ିଶାରେ ନ ଓହ୍ଲାଇ ପାରିବାରୁ କିଛି ଶ୍ରମିକ ବୋକାରୋ ଯିବାକୁ ବାଧ୍ୟ ହୋଇଛନ୍ତି । ତେବେ କିଛି ଝାଡଖଣ୍ଡର କନରମା ରେଲିୱେ ଷ୍ଟେସନରେ 500 ଓଡିଶା ଲୋକେ ଚେନ ଟାଣି ଓହ୍ଲାଇ ଯାଇଛନ୍ତି । ଅନ୍ୟପଟେ ନୂଆଗାଁଠାରେ ମଧ୍ୟ 200 ଲୋକେ ଓହ୍ଲାଇଥିଲେ ।

ସେହିପରି ଆଉ କିଛି ଶ୍ରମିକମାନଙ୍କ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାର ଥିଲା । ମାତ୍ର ସେଠାରେ ଷ୍ଟେସନ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ନଥିବା ଦର୍ଶାଇ ରାଉରକେଲାରେ ସମସ୍ତ ବ୍ୟବସ୍ଥା ଥିବାରୁ ସେଠାରେ ଓହ୍ଲାଇବାକୁ କହିଥିଲେ । ଖବର ପାଇ ରାଉରକେଲା ଷ୍ଟେସନରେ ରାଉରକେଲା ମହାନଗର ନିଗମ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୋଲିସ, ରେଳବାଇ ପୋଲିସ ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ କୌଣସି କାରଣରୁ ସେମାନଙ୍କୁ ଓହ୍ଲାଇବାକୁ ଦିଆଯାଇ ନଥିଲା ।

ପୂର୍ବରୁ ସୂଚନା ନଥିବାରୁ ସେମାନେ ଏଠାରେ ଓହ୍ଲାଇ ନପାରିବା କୁହାଯାଉଛି । ଏବେ ବାଧ୍ୟ ହୋଇ ବୌଦ୍ଧ ଜିଲ୍ଲା ଯିବାକୁ ଶ୍ରମିକମାନେ ବୋକାରୋ ଗଲେ । ଅବଶ୍ୟ ସେମାନଙ୍କୁ ରାଉରକେଲାରେ ଖାଦ୍ୟ ପାନୀୟ ଦିଆଯାଇଛି । କିନ୍ତୁ ଭୁଲ ବୁଝାମଣା ଯୋଗୁ ଏବେ 400 ଓଡ଼ିଆ ଶ୍ରମିକ ନାହିଁ ନଥିବା ଦୁର୍ଦଶା ଭୋଗିବେ । କେଉଁ ପରିସ୍ଥିତିରେ ଓଡ଼ିଆ ଶ୍ରମିକମାନେ ଝରସୁଗୁଡା ତଥା ପରେ ରାଉରକେଲାରେ ଓହ୍ଲାଇ ପାରିଲେ ନାହିଁ ଏହା ତଦନ୍ତ ସାପେକ୍ଷ ତଥା ପ୍ରଶାସନିକ ଭୁଲ ବୁଝାମଣାକୁ ନେଇ ବିନା କାରଣରେ ଶ୍ରମିକ ମାନଙ୍କ ହଇରାଣ ହେବେ ପାଇଁ ଛାଡି ଦିଆଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : May 25, 2020, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.