ETV Bharat / city

କୋଟାରେ ଫସିଛନ୍ତି ଓଡିଆ ଛାତ୍ରଛାତ୍ରୀ, ଘରକୁ ଫେରାଇ ନେବାକୁ ଗୁହାରୀ

ମେଡିକାଲ, ଇଂଜିନିଅରିଂ ପ୍ରବେଶିକା ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଶହ ଶହ ଓଡିଆ ଛାତ୍ରଛାତ୍ରୀ ଓଡିଶା ଫେରିବାକୁ ବିକଳ ହେଉଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 18, 2020, 7:03 PM IST

odisha-student-at-kota-appeal-to-return-home
କୋଟାରେ ଫସିଛନ୍ତି ଓଡିଆ ଛାତ୍ରଛାତ୍ରୀ, ଘରକୁ ଫେରାଇ ନେବାକୁ ଗୁହାରୀ

ରାଉରକେଲା: ସାରା ଦେଶରେ 2ୟ ପର୍ଯ୍ୟାୟ ଲକକଡାଉନ ଜାରି ରହିଥିବା ବେଳେ ବାହାର ରାଜ୍ୟରେ ପସି ରହିଛନ୍ତି ଅନେକ ଓଡିଆ । ସୋସିଆଲ ମିଡିଆ ଭିଡିଓ ପୋଷ୍ଟ କରି ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ବିନତି କରୁଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ । ଏମିତି କିଛି ଦୁଃଖ ଦାୟକ ଭିଡିଓ ଆସି ପହଞ୍ଚିଛି ରାଜସ୍ଥାନର କୋଟା ଅଞ୍ଚଳରୁ । ମେଡିକାଲ, ଇଂଜିନିଅରିଂ ପ୍ରବେଶିକା ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଶହ ଶହ ଓଡିଆ ଛାତ୍ର ଛାତ୍ରୀ ଓଡିଶା ଫେରିକୁ ବିକଳ ହେଉଛନ୍ତି ।

ୟୁପି ସରକାର ଭଳି ଓଡିଶା ସରକାର ନିଜ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଫେରିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଅନୁରୋଧ କରୁଛନ୍ତି । ତେବେ ପାଖ ହଷ୍ଟେଲରେ ଜଣେ କୋଭିଡ-19 ରୋଗୀ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀମାନେ ଏବେ ଭୟଭିତ ଅବସ୍ଥାରେ ରହିଛନ୍ତି । ଉତ୍ତର ପ୍ରଦେଶ ସରକାର ବସ ଯୋଗେ ଶହ ଶହ ଛାତ୍ରଛାତ୍ରୀଙ୍କୁ ନିଜ ରାଜ୍ୟକୁ ଫେରାଇବା ବେଳେ ସେମାନଙ୍କୁ ମଧ୍ୟ ଘରକୁ ଫେରାଇ ନେବା ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ।

ତେବେ ରାଜସ୍ଥାନରେ ଏବେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜସ୍ଥାନ ସରକାର ଏହି ଛାତ୍ରଛାତ୍ରୀମାନଙ୍କୁ ସ୍କ୍ରିନିଂ ପରେ ଛାଡି ଦେବାକୁ ରାଜି ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ କରି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.