ETV Bharat / city

ନାହାନ୍ତି ସ୍ଥାୟୀ ଆରଟିଓ, ଅବ୍ୟବସ୍ଥାରେ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ

ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ ପରିବହନ ଅଧିକାରୀ ନିଯୁକ୍ତ ହୋଇପାରି ନାହାଁନ୍ତି । ଏପରିକି ପରିବହନ ଅଫିସରେ ଅବ୍ୟବସ୍ଥା କାରଣରୁ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।

author img

By

Published : Sep 11, 2019, 8:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଜ୍ୟରେ ନୂଆ ପରିବହନ ଆଇନ ଲାଗୁ ହୋଇଛି । ହେଲେ ଏପର୍ଯ୍ୟନ୍ତ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ ପରିବହନ ଅଧିକାରୀ ନିଯୁକ୍ତ ହୋଇପାରି ନାହାଁନ୍ତି । ଏପରିକି ପରିବହନ ଅଫିସରେ ଅବ୍ୟବସ୍ଥା କାରଣରୁ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।

ନୂତନ ପରିବହନ ଆଇନ କାର୍ଯ୍ୟକାରୀ ହେବା ପର ଠାରୁ ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ଉପଜିଲ୍ଲାପାଳଙ୍କୁ ପରିବହନ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କାହାକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ଯାହାକୁ ନେଇ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଆରଟିଓ କାର୍ଯ୍ୟାଳୟରେ ଦଲାଲଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଧାରଣ ଲୋକେ । ପୂର୍ବରୁ 14 ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପରେ ପୁଣି କିଛି ଦଲାଲ ସକ୍ରିୟ ଥିବା ଦେଖାଯାଇଛି । ଏପରିକି ସେମାନେ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଦେୟ ଠାରୁ ଦୁଇ ଗୁଣ ନେଉଥିବା ଲୋକେ ଅଭିଯୋଗ କରିଛନ୍ତି । ସେଥିପାଇଁ ସରକାର ଏ ସମ୍ପର୍କରେ ଧ୍ୟାନ ଦେବାକୁ ତଥା ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ର ଦୁର୍ଭାଗ୍ୟ କି ନୂଆ ପରିବହନ ଆଇନ ଲାଗୁ ହେବ ପରଠାରୁ ନୂଆ RTO କୁ ପଦସ୍ଥାପିତ କରି ପାରି ନାହାନ୍ତି ରାଜ୍ୟ ସରକାର। ଉପଜିଲ୍ଲାପାଳ RTO ର କାର୍ଯ୍ୟଭାର ଦିଅ ଯାଇଛି। ଏହି ଭଳି ପରିସ୍ଥିତି ରେ କାର୍ଯ୍ୟାଳୟ କୁ ଆସୁ ଥିବା ହଜାର ହଜାର ଲୋକ ହଇରାଣ ହେଉଛନ୍ତି।Body:ଆଇନ କାର୍ଯ୍ୟକାରୀ ହେବ ପରଠାରୁ ରାଜ୍ୟ ରେ ଉତ୍ତେଜନମୂଳକ ପରିସ୍ଥିଟି।ଆଗକୁ ମୁଖ୍ୟମନ୍ତ୍ରୀ 3 ମାସ ପାଇଁ ଏହାର କାର୍ଯ୍ୟକାରିତା କୁ କୋହଳ କରୃଛନ୍ତି। ରାଉରକେଲା ରତ କାର୍ଯ୍ୟାଳୟ ରେ ଡ୍ରାଇଭିଂ ଲାଇସେନ୍ସ, ଟିକସ ଭରିବା,ଫିଟନେସ ସହିତ ଅନ୍ୟ କାମ ପାଇଁ RTO କାର୍ଯ୍ୟାଳୟ କୁ ଆସି ହଇରାଣ ହେଉଛନ୍ତି। 14 ଦଲାଲ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ପରେ ପୁଣି ଦଲାଲ ସକ୍ରିୟ ଥିବା ଦେଖା ଯାଉଛି।Conclusion:ରାଉରକେଲା RTO କାର୍ଯ୍ୟାଳୟ ରୁ କେବଳ ସହର ରୁ ନୁହେ ଆଖ ପାଖ ଗାଁ ଗହଳି ରୁ ଆସି ଲୋକ ମାନେ ହଇରାଣ ହେଉଥିବା ଦେଖା ଯାଉଛି। ସରକାର ତଥା ଜିଲା ପ୍ରଶାସନ କୁ ଆଗେଇ ଆସି ଲୋକଙ୍କ ସମସ୍ୟା ର ସମାଧାନ ପ୍ରତି ଗୁରୁତ୍ୱ ଦେବା ଦରକାର।
ବାଇଟ-ରାଉରକେଲା ବାସିନ୍ଦା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.