ETV Bharat / city

କୋରୋନା ସତର୍କତା: ରାଉରକେଲା ରେଳଷ୍ଟେସନରେ ନାହିଁ ସ୍କ୍ରିନିଂ ବ୍ୟବସ୍ଥା - ରାଉରକେଲା ରେଳଷ୍ଟେସନ

କୋରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । କିନ୍ତୁ ରାଉରକେଲା ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇନାହିଁ । ଅଧିକ ପଢନ୍ତୁ...

no-coronavirus-screening-system-in-rourkela-railway-station
କୋରୋନା ସତର୍କତା: ରାଉରକେଲା ରେଳଷ୍ଟେସନରେ ନାହିଁ ସ୍କ୍ରିନିଂ ବ୍ୟବସ୍ଥା
author img

By

Published : Mar 19, 2020, 5:32 PM IST

Updated : Mar 19, 2020, 6:43 PM IST

ରାଉରକେଲା: ସାରା ବିଶ୍ୱରେ କୋରୋନା ଆତଙ୍କ । କୋରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି । କୋରୋନା ପ୍ରତି ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ସହିତ ରେଳବିଭାଗ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ରାଉରକେଲା ରେଳଷ୍ଟେସନରେ କୌଣସି ମେଡିକାଲ ଟିମ ନାହିଁ ।

ରାଉରକେଲା ରେଳଷ୍ଟେସନରେ ଯାତ୍ରୀଙ୍କୁ ସ୍କ୍ରିନିଂ ବ୍ୟବସ୍ଥା ନାହିଁ

ରେଳଷ୍ଟେସନକୁ ସଫା ରଖା ଯିବା ସହିତ କରୋନାକୁ ନେଇ ସଚେତନ କରାଯାଉଛି । ରାଞ୍ଚି, କୋଲକତାରୁ ବିଭିନ୍ନ ଟ୍ରେନ ଯୋଗେ ଯାତ୍ରୀ ରାଉରକେଲା ଆସିଥାନ୍ତି । ଏହିଭଳି ପରିସ୍ଥିତିରେ କୋରୋନା ଆକ୍ରାନ୍ତ ମାନଙ୍କ ଆସିବାର ସମ୍ଭାବନା ରହିଛି । ରେଳ ଷ୍ଟେସନରେ ଡାକ୍ତରୀ ଦଳ ଓ ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ବ୍ୟବସ୍ଥାରେ ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କ୍ରିନିଂର ବ୍ୟବସ୍ଥା କରାଯାଇନାହିଁ ।

ତେବେ ଏଠାରେ ଅଧିକାଂଶ ଯାତ୍ରୀ ନିଜେ ସଚେତନ ହେବା ସହିତ ମାସ୍କ ବ୍ୟବହାର କରୁଛନ୍ତି । ରେଳଷ୍ଟେସନରେ ସ୍କ୍ରିନିଂ ପାଇଁ ଡାକ୍ତର ମାନଙ୍କ ଟିମ ରହିବା ଦରକାର । ଯାତ୍ରୀଙ୍କୁ ସ୍କ୍ରିନିଂ ଦ୍ବାରା ସନ୍ଦିଗ୍ଧଙ୍କୁ ସଠିକ ଭାବରେ ଚିହ୍ନଟ କରି ମହାମାରୀ କୋରୋନାର ସଂକ୍ରମଣ ରୋକିବାରେ ସହାୟକ ହେବ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Mar 19, 2020, 6:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.