ରାଉରକେଲା: ସ୍ଥାନୀୟ ଭଷ୍ମା ଥାନା ପଛ ଗାଁର ଏକ ଘରେ କୌଣସି କାରଣରୁ ରବିବାର ନିଆଁ ଲାଗିଥିଲା। ଯେଉଁଥିରେ ଘରେ ଶୋଇଥିବା ଅବସ୍ଥାରେ ମା’ ଓ ଝିଅ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଖବର ପାଇ ଭଷ୍ମା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ପରେ ସୁନ୍ଦରଗଡ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଘରେ ନିଆଁ ଲାଗିଥିବା ସମୟରେ ମା’ ଗୋଲାପ ମେହେର ଓ ଝିଅ ଲକ୍ଷ୍ମୀ ମେହେର କବାଟ ବନ୍ଦ କରି ଶୋଇଥିଲେ। ଫଳରେ ନିଆଁରେ ସେମାନେ ଜୀବନ୍ତ ଦଗ୍ଧ ହୋଇଥିଲେ। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ