ରାଉରକେଲା: ଉଦ୍ଧାର ହେଲା ନିଖୋଜ ଛାତ୍ରର ମୃତଦେହ । ଗତ ଗୁରୁବାର ତରକେରା ପମ୍ପ ହାଉସ ନିକଟରେ ନିଖୋଜ ଥିବା ଉଦିତନଗର ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଆଶିଷ ବଡିକ ମୃତଦେହକୁ ଶୁକ୍ରବାର ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।
6 ନମ୍ବର ଗେଟ ନିକଟରୁ ଆଶିଷର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏପଟେ ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗତ ଗୁରୁବାର ଆଶିଷ ଓ ତାର ଅନ୍ୟ ସହପାଠୀ ଜହିଦ, ବିଶ୍ଵଜିତ, ତାପସ ତରକେରା ଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲା । ଗାଧୋଉଥିବା ବେଳେ ଅଚାନକ 4 ଜଣ ଡ୍ୟାମରେ ବୁଡି ଯାଇଥିଲେ । ଏହାଦେଖି ସ୍ଥାନୀୟ ଯୁବକ ଜହିଦ, ବିଶ୍ଵଜିତ, ତାପସକୁ ଗୁରୁବାର ଉଦ୍ଧାର କରିଥିବା ବେଳେ ଆଶିଷ ନିଖୋଜ ଥିଲେ । ତେବେ ଶୁକ୍ରବାର ଆଶିଷର ମୃତଦେହକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ