ETV Bharat / city

ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣା; ପରଦା ପଛର ଖଳନାୟକ ବଡ ବାବୁ

ପୋଲିସ ଡିଜି ଥାନା ଇନସ୍ପେକ୍ଟର ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଘଟଣାର ମୁଖ୍ୟ ଖଳନାୟକ ପୋଲିସ କର୍ମଚାରୀ ଓ ବଡ ବାବୁଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ ।

author img

By

Published : Jun 28, 2020, 8:57 PM IST

Updated : Jun 28, 2020, 9:48 PM IST

minor-rape-case-issue-at-sundergarh-birmitrapur-police-station
ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣା; ପରଦା ପଛର ଖଳନାୟକ ବଡ ବାବୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣା ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଗତ 22 ତାରିଖରେ ନାବାଳିକାଙ୍କ ବୟାନ ରେକର୍ଡ ପରେ ପ୍ରକୃତ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ତେବେ ବୟାନରେ ନାବାଳିକା ଜଣଙ୍କ କୌଣସି ବ୍ୟକ୍ତିର ନାମ କହି ପାରି ନଥିବା ବେଳେ ଘଟଣାରେ ବଡ ବାବୁ ଓ ପୋଲିସ କର୍ମଚାରୀ ସାମିଲ ଥିବା କହିଛି ।

ଏହା ପରେ ଏହି ପୋଲିସ କର୍ମଚାରୀ ଓ ବଡ ବାବୁଙ୍କୁ ଚିହ୍ନଟ କରିବା ଏବେ ଜିଲ୍ଲା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ସେପଟେ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉକ୍ତ ବଡବାବୁ ଜଣଙ୍କୁ ଚିହ୍ନଟ ନ କରାଗଲେ ଆସନ୍ତା 30 ପରେ ବୀରମିତ୍ରପୁର ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । ସେହିପରି ଜିଲ୍ଲା ବିଜେପି ମଧ୍ୟ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛି ।

ଅନ୍ୟପଟେ ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ନାବାଳିକାଙ୍କ ଗର୍ଭପାତ ଘଟଣା ପରେ ଜିଲ୍ଲାପାଳ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ପୋଲିସ ଡିଜି ଥାନା ଇନସ୍ପେକ୍ଟର ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବିତ କରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଘଟଣାର ମୁଖ୍ୟ ଖଳନାୟକ ପୋଲିସ କର୍ମଚାରୀ ଓ ବଡ ବାବୁଙ୍କୁ ଚିହ୍ନଟ କରାଯାଇ ପାରିନାହିଁ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jun 28, 2020, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.