ETV Bharat / city

ନାବାଳିକା ଦୁଷ୍କର୍ମ ଘଟଣା: ବୀରମିତ୍ରପୁର ଥାନା ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସର ଥାନା ଘେରାଉ । ବୀରମିତ୍ରପୁର ଥାନା ପରିସରରେ ନାବାଳିକା ସହିତ ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ କମିଟି ବିକ୍ଷୋଭ ପ୍ରଦର୍ଶନ କରିଛି ଏବଂ ଦୋଷୀକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 26, 2020, 4:03 PM IST

minor-girl-rape-case-congress-protest-in-front-of-biramitrapur-police-stration
ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବୀରମିତ୍ରପୁର ଥାନା ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ରାଉରକେଲା: ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସର ବିକ୍ଷୋଭ । ବୀରମିତ୍ରପୁର ଥାନା ପରିସରରେ ନାବାଳିକା ସହିତ ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ କମିଟି ବିକ୍ଷୋଭ ପ୍ରଦର୍ଶନ କରିଛି ଏବଂ ଦୋଷୀକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ବରେ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବୀରମିତ୍ରପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନବୀନ ପଟ୍ଟନାୟକ ବିରୋଧରେ ନାରାବାଜି ମଧ୍ୟ କରିଥିଲେ । ପୋଲିସ ଚାପରେ ନାବାଳିକାର ଗର୍ଭପାତ କରାଇବା ଘଟଣାରେ ଦୋଷୀ ପୋଲିସ ମାନଙ୍କ ସହିତ ଅନ୍ୟ ସମସ୍ତଙ୍କୁ ଗିରଫ ଦାବି କରିଛି କଂଗ୍ରେସ । ଏହା ପରେ ପୋଲିସ ମହାନିର୍ଦେଶକଙ୍କ ଉଦ୍ଦେଶ୍ୟରେ ବୀରମିତ୍ରପୁର ଏସଡିପିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ରରେ ଥାନା ଭିତରେ ଚାଲିଥିବା କେଲେଙ୍କାରୀ ବନ୍ଦ କରିବା ସହିତ ଜଣେ ହୋମଗାର୍ଡ ସହିତ ଦୁଇ ଜଣ ବାହାର ଲୋକଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦାବି କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.