ରାଉରକେଲା: ଦୁର୍ବଳ ହେବାରେ ଲାଗୁଛି ମାଓ ଗଡ । ଲାଲ ବାହିନୀର କାର୍ଯ୍ୟକଳାପରେ ଅତିଷ୍ଟ ଅସହ୍ୟ ଯନ୍ତ୍ରଣାରୁ ମୁକୁଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଗକୁ ଆସୁଛନ୍ତି ମାଓବାଦୀ । ସୁରକ୍ଷା ବାହିନୀଙ୍କ ନିକଟରେ ଆତ୍ମସମର୍ପଣ କରି ନୂଆ ଜୀବନ ଆରମ୍ଭ କରୁଛନ୍ତି ହାଡକୋର୍ର, ମୋଷ୍ଟୱାଣ୍ଟେଡ ମାଓ ନେତା । ଗୁରୁବାର ମାଓବାଦୀ ପୋଗା ସୁରିନ ଓରଫ ସୁମନ ଆଜି ରାଉରକେଲା ଏସପି ଓ ସିଆରପିଏଫ୍ର କମଣ୍ଡାଣ୍ଟଙ୍କ ନିକଟରେ ଆତ୍ମ ସମର୍ପଣ କରିଛି ।
ପୋଗା ସୁରିନ ଓରଫ ସୁମନ ଝାଡଖଣ୍ଡର ଛୋଟନାଗରା ଥାନାର ସୋନପି ଗାଁର । 2013-14 ରେ ମାଓ ନେତା ମିଶିର ବେଶରାଙ୍କ ନେତୃତ୍ବରେ ମାଓ ସଂଗଠନରେ ସାମିଲ ହୋଇଥିଲେ । ସେ ସଂଗଠନରୁ 2015ରେ ଦୂରେଇ ଯାଇଥିଲେ । ପରେ ସେ ଅନମୋଲ ନେତୃତ୍ବରେ ସୁନ୍ଦରଗଡ଼ ଦେବଗଡ ସମ୍ବଲପୁର ଡିଭିଜନରେ ସାମିଲ ହୋଇ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଥିଲା ।
ସରକାରଙ୍କ ଲୋକାଭିମୁଖୀ ଯୋଜନା, ଥଇଥାନର ବ୍ୟବସ୍ଥା ଓ ମାଓ ସଂଗଠନ ଦ୍ବାରା ନିର୍ଯ୍ୟାତିତ ହେଲା ପରେ ଶେଷରେ ଆତ୍ମସମର୍ପଣ କରିଛି ବୋଲି ରାଉରକେଲା ଏସପି କହିଛନ୍ତି । ହିଂସା ଛାଡି ମୁଖ୍ୟ ଧାରାରେ ମାଓବାଦୀଙ୍କୁ ସାମିଲ ହେବା ପାଇଁ ଏସପି ମାଓ ସଂଗଠନକୁ ଅନୁରୋଧ କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ