ରାଉରକେଲା: ସମ୍ପର୍କୀୟଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେବା ହେଲା କାଳ । ଗୁରୁବାର ବିହାରର ନବଡ ଜିଲ୍ଲାର ତ୍ରିପୁରାରୀ ସାହୁ ନିଜ ସମ୍ପର୍କୀୟର ଶ୍ରାଦ୍ଧ କର୍ମରେ ଆସିଥିଲେ । ତେବେ ବ୍ରହ୍ମଣୀ ନଦୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଗୁରୁବାର ତ୍ରିପୁରାରୀ ସାହୁ ତାଙ୍କ ସମ୍ପର୍କୀୟଙ୍କ ଅନ୍ତିମ କ୍ରିୟାରେ ଯୋଗ ଦେବାକୁ ଆସିଥିଲେ । ତେଣୁ ସମସ୍ତେ ବ୍ରାହ୍ମଣୀ ନଦୀର ବେଦବ୍ୟାସ ଘାଟକୁ ଗାଧୋଇବାକୁ ଯାଇଥିଲେ । ସମସ୍ତେ ଗାଧୋଉଥିବା ବେଳେ ତ୍ରିପୁରାରୀ ଏବଂ ତାଙ୍କ ସହ ଆଉ ଜଣେ ବ୍ୟକ୍ତି ପାଣିରେ ଡୁବ ମାରୁଥିଲେ ।
ଏହି ସମୟରେ ଦୁହେଁ ବୁଡିଯାଉଥିବାର ଦେଖି ଲୋକମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ଅନ୍ୟ ବ୍ୟକ୍ତି ଜଣଙ୍କୁ ଲୋକମାନେ ବଞ୍ଚାଇଥିବା ବେଳେ ତ୍ରିପୁରାରୀ ସାହୁଙ୍କୁ ବଞ୍ଚାଇ ପାରିନଥିଲେ । ଏହାପରେ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚି ମୃତଦେହକୁ ନଦୀରୁ ବାହାର କରିଥିଲା ।
ରାଉଲକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ