ETV Bharat / city

ଆମ୍ବ ତୋଳି ଖାଇବା ଶ୍ରମିକଙ୍କୁ ପଡିଲା ମହଙ୍ଗା - hungry

ସ୍କୁଲରୁ ଆମ୍ବ ତୋଳି ଖାଇବା ଯୋଗୁ ସ୍କୁଲ ସିକ୍ୟୁରିଟି ଗାର୍ଡ ଏବଂ ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ଠାରୁ  ମିଶି ନିସ୍ତୁକ ମାଡ଼ ଖାଇଛନ୍ତି ଶ୍ରମିକ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା
author img

By

Published : Jun 13, 2019, 4:13 AM IST

ରାଉରକେଲା : ସ୍କୁଲରୁ ଆମ୍ବ ତୋଳି ଖାଇବା ଶ୍ରମିକଙ୍କୁ ପଡିଲା ମହଙ୍ଗା । ଫଳରେ ସ୍କୁଲ ସିକ୍ୟୁରିଟି ଗାର୍ଡ ଏବଂ ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି ଶ୍ରମିକ ଜଣଙ୍କ । ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ଝାଡ଼ତରଙ୍ଗ ସେଣ୍ଟ ଅର୍ଣ୍ଣଲୋଡ଼ ସ୍କୁଲରେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ହେନେରୀ ଫ୍ରାନ୍ସସିସ ବେନି ନାମକ ଶ୍ରମିକ ଚେନ୍ନାଇରୁ ଠିକାରେ ଆସି ରାଉରକେଲାରେ ରହି କାମ କରୁଥିଲେ । କିନ୍ତୁ ଗତ ଦୁଇ ଦିନ ହେବ ଅର୍ଣ୍ଣଲୋଡ଼ ସ୍କୁଲରେ ରହି ରଙ୍ଗ କାମ କରୁଥିଲେ। ତେବେ ବୁଧବାର ସକାଳୁ ତାଙ୍କୁ ଭୋକ ଲାଗିବାରୁ ସେ ସ୍କୁଲ ଭିତରେ ଥିବା ଏକ ଗଛରୁ ଆମ୍ବ ତୋଳି ଖାଇଥିଲେ।

ଉକ୍ତ ସମୟରେ ସେଠାରେ ଥିବା ସିକ୍ୟୁରୀଟି ଗାର୍ଡ ଏବଂ ସ୍କୁଲର ଅନ୍ୟ କର୍ମଚାରୀ ମାନେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଛି। ଶ୍ରମିକ ଜଣଙ୍କ ଏବେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ତେବେ ଏ ନେଇ ସେ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

SDVFS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.