ରାଉରକେଲା: ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ । ରବିବାର ରାଉରକେଲା ସେକ୍ଟର-7 ଥାନା ଅଞ୍ଚଳ ତାରତାରଣୀ ପଲ୍ଲୀର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ବଳିଆ ଗୋଛୟାତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବାରମ୍ବାର ଝଗଡା ହୋଇଥାଏ । ତେବେ ରବିବାର ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ବଳିଆଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ବଳିଆ ଘର ଭିତରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ପଡୋଶୀ ଏହା ଦେଖିବା ପରେ ବଳିଆଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ