ETV Bharat / city

ଚୂନ ପଥର ଖଣିରେ ଅତଡା ଖସି ଜଣେ ମୃତ, ଜଣେ ଗୁରୁତର - ପଥର ଖଣିରେ ଖସିଲା ଅତଡା

ଚୂନ ପଥର ଗୁଣ୍ଡ ଉଠାଉଥିବା ସମୟରେ ଅଘଟଣ । ଅତଡା ଖସି ସଦାନନ୍ଦ ସୁରିନଙ୍କ ମୃତ୍ୟୁ ହୋଇଥିବାବେଳେ ଅରବିନ୍ଦ ଲୁଗୁନ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଅଧିକ ପଢନ୍ତୁ....

Land slide in stone mines
ପଥର ଖଣିରେ ଖସିଲା ଅତଡା
author img

By

Published : Feb 6, 2020, 5:48 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକର ହାତୀବାରିରେ ଅଘଟଣ । ଟିସକୋର ଏକ ପରିତ୍ୟକ୍ତ ଚୂନ ପଥର ଖଣିରେ ଅତଡା ଖସି ସଦାନନ୍ଦ ସୁରିନଙ୍କ ମୃତ୍ୟୁ ହୋଇଥିବାବେଳେ, ଅରବିନ୍ଦ ଲୁଗୁନ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି ।

ପଥର ଖଣିରେ ଅତଡା ଖସି, 1 ମୃତ, 1 ଗୁରୁତର

ସୂଚନାମୁତାବକ, ଉଭୟଙ୍କୁ ଗୁରୁତର ଅବସ୍ଥାରେ ହାତୀବାରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ନଥିବାରୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହିବା ପରେ ସଦାନନ୍ଦ ମୃତ୍ୟୁବରଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ହସ୍ପିଟାଲ ଗେଟରେ ତାଲାପକାଇ ଧାରଣା ଦେଇଛନ୍ତି ।

ଏହି ଚୂନ ପଥର ଖଣିଟି ବହୁଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ସେଠାରୁ ସ୍ଥାନୀୟ ଲୋକମାନେ ଚୂନ ପଥର ଗୁଣ୍ଡ ଉଠାଉଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ହତିବରୀରେ ଥିବା TISCO ର ଏକ ପରିତ୍ୟକ୍ତ ଚୂନ ପଥର ଖଣିର ଅତଡା ଖସି ସଦାନନ୍ଦ ସୁରିନ ନାମକ ଜଣେ 20 ବର୍ଷୀୟ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅରବିନ୍ଦ ଲୁଗୁନ ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ହାତୀବାରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Body:ସଦାନନ୍ଦ କୁ ଗୁରୁତର ଆହତ ଅବସ୍ଥାରେ ହାତୀବାରି ହସ୍ପିଟାଲ ଲୋକମାନେ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ପ୍ରାୟ ଏକ ଘଣ୍ଟା କାଳ ସେଠାରେ ଆହତ ଅବସ୍ଥାରେ ରହିବ ପରେ ସଦାନନ୍ଦ ମୁତ୍ଯୁ ବରଣ କରିଥିଲେ । ଏହି ଘଟଣାକୁ ନେଇ ଉତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ହସ୍ପିଟାଲ ଗେଟ ରେ ତାଲା ପକାଇ ଦେଇ ଧାରଣା ଦେଇଛନ୍ତି । ଏହି ଚୂନ ପଥର ଖଣିଟି ବହୁଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ସେଠାରୁ ସ୍ଥାନୀୟ ଲୋକମାନେ ଚୂନ ପଥର ଗୁଣ୍ଡ ଉଠାଉଥିଲେ ।

Conclusion:ଗୁରୁବାର ଦିନ ଏହି ଯୁବକ ଦ୍ବୟ ସେଠାରୁ ଗୁଣ୍ଡ ଉଠାଉଥିବା ଏହି ଅଘଟଣ ଘଟି ଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.