ETV Bharat / city

ସୁନା ଚେନ ଲୁଟ ଉଦ୍ୟମ, ପଥରରେ ମହିଳାଙ୍କୁ ଆକ୍ରମଣ - attack

ଲୁଟ ଉଦ୍ୟମ ବେଳେ ମହିଳାଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିହେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
author img

By

Published : Jun 2, 2019, 3:20 PM IST

ରାଉରକେଲା: ଦିନକୁ ଦିନ ବଢୁଛି ଚୋରି ରାହାଜାନି ଭଳି ଅପରାଧ । ରାଉରକେଲାରେ ଦେଖିବାକୁ ମିଳିଛି ଏହି ସମାନ ଘଟଣା । ମହିଳାଙ୍କ ଠାରୁ ସୁନା ଚେନ ଲୁଟ ଉଦ୍ୟମ ବେଳେ ଆକ୍ରମଣ । ଆଇଜିଏଚ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତିହେଲେ ମହିଳା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ସୂଚନା ଅନୁସାରେ, ନମିତା ଦାଶ ନାମକ ଜଣେ ମହିଳା ଓରାମପଡା ଦେଇ ଡାକ୍ତରଖାନା ଯାଉଥିବା ସମୟରେ ଘଟିଥିଲା ଘଟଣା । କିଛି ଦୁର୍ବୃତ୍ତ ତାଙ୍କ ଠାରୁ ପ୍ରଥମେ ସୁନା ଚେନ ଛଡାଇବାକୁ ଉଦ୍ୟମ କରିଥିଲେ । ଆଉ ନମିତା ବିରୋଧ କରିବାରୁ ତାଙ୍କ ପଥରରେ ଆକ୍ରମଣ କରିଥିଲେ । ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲକୁ ନିଅ ଯାଇ ଥିଲା ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ଆଇଜିଏଚକୁ ପଠାଇଦିଆଯାଇଛି ।

ଦିନ ଦ୍ବିପ୍ରହରେ ଏହି ଭଳି ଘଟଣା ସ୍ପଷ୍ଟ କରୁଛି କି ସହରରେ ଅପରାଧୀ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ଅପରାଧୀଙ୍କ ମନୋବଳ ଭାଙ୍ଗିବା ପାଇଁ ପୋଲିସକୁ ଉଚିତ ପଦକ୍ଷେପ ଗ୍ରହଣ କରିବା ଉଚିତ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.