ରାଉରକେଲା: ସମ୍ବିଧାନ ସଚେତନ ମଞ୍ଚ ବ୍ୟାନର ତଳେ ମଙ୍ଗଳବାର ସିଏଏକୁ ସମର୍ଥନ କରି ବିରାଟ ମାନବ ଶୃଙ୍ଖଳ କରାଯାଇଥିଲା। ତ୍ରିରଙ୍ଗା ଧରି ମଙ୍ଗଳବାର ସିଏଏକୁ ସମର୍ଥନ ଜଣାଇ ବକ୍ତା ମାନେ ଏହାକୁ ଦେଶ ପାଇଁ ଆବଶ୍ୟକ କହିବା ସହିତ କିଛି ରାଜନୈତିକ ଦଳର ଲୋକ ମାନେ ବିଭ୍ରାନ୍ତି ସୃଷ୍ଟି କରି ଦେଶକୁ ଅଶାନ୍ତ କରିଥିବା କୁହାଯାଇଥିଲା।
ସିଏଏ ଦ୍ବାରା ପ୍ରତାରିତ ମାନଙ୍କୁ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଥିବା ବେଳେ ଲୋକ ମାନଙ୍କ ଭ୍ରମିତ କରି ମିଥ୍ୟା ପ୍ରଚାର କରି ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗ କରାଯାଇଥିଲା।
ସିଏଏକୁ ସମର୍ଥନ ଜଣାଇ ବିରାଟ ମାନବଶୃଙ୍ଖଳରେ ବହୁତ ସଂଖ୍ୟାରେ ବିଜେପି ନେତା ମାନେ ଉପସ୍ଥିତ ଥିଲେ। ହାତରେ ଜାତୀୟ ପତାକା ଧରି ବିଶ୍ରା ଛକରୁ ଓଭରବ୍ରିଜ ପର୍ଯ୍ୟନ୍ତ ଠିଆ ହୋଇ ସ୍ଲୋଗାନ ଦେଇଥିଲେ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ