ରାଉରକେଲା: କାଳ ବୈଶାଖୀରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଗଛ ଉପଡିବା ସହ ଅନ୍ୟ କିଛି ସ୍ଥାନରେ ଡାଳ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ବିରାଟ ଗଛ ଉପଡିପରିବାରୁ ସହରର ବିଭିନ୍ନ ସ୍ଥାନରେ ବିଜୁଳି ତାର ଛିଣ୍ଡି ଯିବା ସହିତ ବିଜୁଳି ଖୁଣ୍ଟ ଉପୁଡି ଯାଇଛି ।
ଶନିବାର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛ କାଟି ବିଜୁଳି ସରବରାହ ବ୍ୟବସ୍ଥା ଠିକ କରାଯାଇଥିଲା । ଗଛ ପଡିବାରୁ ବହୁତ ଘର ଗୁଡିକ ଅଧ୍ୟ କ୍ଷୟକ୍ଷତି ହୋଇଥିଲା । ଗଛକୁ କାଟି ବାହାର କରିବା କାମ ଜାରି ରହିଛି । ପ୍ରବଳ ଖରା ପରେ କାଳ ବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି ହେଉଛି । ବିଶେଷ କରି ପରିବା ଚାଷ ଗୁଡିକ ବ୍ୟାପକ କ୍ଷତି ହୋଇଯାଇଛି ।
ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ