ETV Bharat / city

ପ୍ରବଳ ବର୍ଷାରେ ବେହାଲ ରାଉଲକେଲା

ଗତ ବୁଧବାର ରାତିରୁ ସୁ୍ନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଯାହାଫଳରେ ବହୁ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ତେବେ ଏଥିରେ ଅଧିକ ପ୍ରଭାବିତ ହୋଇଛି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 12, 2019, 4:10 PM IST

ରାଉରକେଲା: ଗତ ବୁଧବାର ରାତିରୁ ସୁ୍ନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଯାହାଫଳରେ ବହୁ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ତେବେ ଏଥିରେ ଅଧିକ ପ୍ରଭାବିତ ହୋଇଛି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ଗତ ଅଗଷ୍ଟ 15 ଓ 16 ତାରିଖରେ ହୋଇଥିବା ବର୍ଷାରେ କୋକେରମା ପଞ୍ଚାୟତର ତିନୋଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା । ସେତେବେଳେ ବେଲତା ଗ୍ରାମକୁ ସଂଯୋଗ କରୁଥିବା ବ୍ରିଜ ଭାଙ୍ଗି ଯାଇଥିବାରୁ ଅଞ୍ଚଳବାସୀ ବିଶେଷ ପ୍ରଭାବିତ ହୋଇଥିଲେ । ଫଳରେ ସ୍କୁଲ ପିଲାମାନେ ସେଠାରେ ଉପୁଡ଼ି ପଡିଥିବା ଶିମିଳି ଗଛ ଉପରେ ଚଢ଼ି ଯିବା ଆସିବା କରୁଥିଲେ ।

ତେବେ ଗୁରୁବାର ପ୍ରବଳ ବର୍ଷାରେ ଏକ ମାତ୍ର ସହାରା ଥିବା ଶିମିଳି ଗଛଟି ମଧ୍ୟ ଭାସି ଯାଇଛି । ଯାହାଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରୋଗୀମାନେ ମଧ୍ୟ ହସ୍ପିଟାଲ ଆସି ପାରୁନାହାନ୍ତି । ଏପଟେ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ସହାୟତା ମିଳି ପାରିନାହିଁ ।

ସେହିପରି କୁଆରମୁଣ୍ଡା ବ୍ଲକରେ ମଧ୍ୟ ଅବସ୍ଥା ସଙ୍ଗିନ । ହାତୀବାରି କୁଆରମୁଣ୍ଡା ରୋଡ଼ରେ ଥିବା ଖତମା ନାଳରେ ହଠାତ ପାଣି ଆସିଯିବାରୁ ଉକ୍ତ ରାସ୍ତା ଉପରେ 6ଫୁଟ ଉଚ୍ଚରେ ପାଣି ଚାଲୁଛି । ଏପଟେ ରାଉରକେଲା ପଟୁ ହାତୀବାରି ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏଥିସହ ଦୁଇପଟରେ ଗାଡି ଗୁଡିକ ଅଟକି ରହିଛି ।
ତେବେ ଖୁବ ଶୀଘ୍ର ସରକାରୀ ସହାୟତାର ଆବଶ୍ୟକତା ରହିଥିବା ବେଳେ କେତେବେଳେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁଛି ତାହା ଦେଖିବା ବାକି ରହିଲା ।

ରାଉଲକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବୁଧୁବାର ରାତିରୁ ସୁଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବହୁ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ବେଶି ପ୍ରଭାବିତ ହୋଇଛି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକ । ଗତ ଅଗଷ୍ଟ 15/16 ତାରିଖରେ ହୋଇଥିବା ବର୍ଷାରେ କୋକେ ରମା ପଞ୍ଚାୟତ ର ତିନୋଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିଲା । ସେତେବେଳେ ବେଲତ। ଗ୍ରାମ କୁ ସଂଯୋଗ କରୁଥିବା ବ୍ରିଜ ଭାଙ୍ଗି ଯାଇଥିବାରୁ ଲୋକମାନେ ଵିଶେଷ କରି ସ୍କୁଲ ପିଲାମାନେ ସେଠାରେ ଉପିଡ଼ି ପଡିଥିବା ଶିମିଳି ଗଛ ଉପରେ ଚଢ଼ି ଯିବା ଆସିବା କରୁଥିଲେ । ଏବେ ପ୍ରବଳ ବର୍ଷା ରେ ଆଜି ଏକ ମାତ୍ର ସହାରା ଶିମିଳି ଗଛ ଟି ମଧ୍ୟ ଭାସିଗଲା । ଏପଟ ଲୋକ ଏପଟେ ସେପଟ ଲୋକ ସେପଟେ । ରୋଗୀ ମାନେ ମଧ୍ୟ ହସ୍ପିଟାଲ ଆସି ପାରୁନାହାନ୍ତି ।Body:କୌଣସି ସରକାରୀ ସହାୟତା ର ନା ଗନ୍ଧ ନାହିଁ ।
କୁଆରମୁଣ୍ଡା ବ୍ଲକରେ ମଧ୍ୟ ଅବସ୍ଥା ସଙ୍ଗିନ । ହାତୀବାରି କୁଆରମୁଣ୍ଡା ରୋଡ଼ ରେ ଥିବା ଖତମା ନାଳରେ ହଠାତ ପାଣି ଆସିଯିବାରୁ ଉକ୍ତ ରାସ୍ତା ଉପରେ ଛ ଫୁଟ ପାଣି ଚାଲିଥିବାରୁ ରାଉରକେଲା ପଟୁ ହାତୀବାରି ଅଞ୍ଚଳ କୁ ଯୋଗାଯୋଗ ବିଛିନ୍ନ ହୋଇଛି । ଦୁଇପଟରେ ଗାଡି ଗୁଡିକ ଅଟକି ରହିଛି ।
ବର୍ଷା ଏବେବି ଲାଗିରହିଛି ।Conclusion:ଖୁବ ଶୀଘ୍ର ସରକାରୀ ସହାୟତାର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ଆଜି କୁ କଣ କରୁଛି ତା ଉପରେ ସମସ୍ତଙ୍କ ନଜର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.