ETV Bharat / city

ରାଜ୍ୟରେ କମିଛି ହଜଯାତ୍ରୀଙ୍କ ସଂଖ୍ୟା, ଏଥର ଯାତ୍ରା କରିବେ 654 - PREPARATION

ହଜ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ହଜ ଯାତ୍ରୀଙ୍କ ସଂଖ୍ୟା କମିଥିବା ସୂଚନା ମିଳିଛି । ଯାତ୍ରା ମହଙ୍ଗା ହୋଇଯିବାରୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
author img

By

Published : Jul 9, 2019, 4:16 PM IST

ରାଉରକେଲା: ହଜ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ହଜ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି । ଗତବର୍ଷ ହଜ଼ ପାଇଁ 730 ହଜଯାତ୍ରୀ ଓଡିଶାରୁ ଯାଇଥିବା ବେଳେ ଚଳିତ ବର୍ଷ ମାତ୍ର 654 ଜଣ ଓଡିଶାରୁ ଯିବେ । ମହଙ୍ଗା ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ଓଡିଶା ହଜ କମିଟି ଦ୍ବାରା ଜାରି କରାଯାଇ ଥିବା ସୂଚୀ ଅନୁସାରେ ଓଡିଶାର ଭଦ୍ରକରୁ 51,ବାଲେଶ୍ବର ରୁ 28, ମୟୂରଭଞ୍ଜରୁ 5 ଅର୍ଥାତ ଏହି 3 ଜିଲ୍ଲା ରୁ 84 ଜଣଙ୍କ ଟୀକାକରଣ ତଥା ତାଲିମ ଜୁଲାଇ 13 ତାରିଖରେ ପ୍ରଦାନ କରାଯିବ । ସେହିଭଳି ଯାଜପୁରରୁ 66 ତଥା କେନ୍ଦୁଝରରୁ 16 ଅର୍ଥାତ 82 ଜଣଙ୍କୁ ଯାଜପୁରରେ ଟୀକାକରଣ ତଥା ତାଲିମ ପ୍ରଦାନ କରାଯିବ। ସୁନ୍ଦରଗଡ଼ ଜିଲ୍ଲାରୁ 94,ସମ୍ବଲପୁର ରୁ 27 ତଥା ଝାରସୁଗୁଡାର 3 ଜଣ ଅର୍ଥାତ 124 ଜଣଙ୍କ ଟୀକାକରଣ ତଥା ତାଲିମ କାର୍ଯ୍ୟକ୍ରମ ଜୁଲାଇ 17 ତାରିଖରେ କରାଯିବ ।

ସେହିଭଳି ବଲାଙ୍ଗୀର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ତଥା ରାୟଗଡାରୁ ଯିବାକୁ ଥିବା 39 ହଜଯାତ୍ରୀ ମାନଙ୍କ ପାଇଁ 19 ତାରିଖ ଦିନ ସୋନପୁରରେ ଟୀକାକରଣ କାର୍ଯ୍ୟକ୍ରମ ରଖାଯାଇଛି । ଖୋର୍ଦ୍ଧା, ପୁରୀ,ନୟାଗଡ, ଗଞ୍ଜାମ ଜିଲ୍ଲାର 148 ହଜଯାତ୍ରୀଙ୍କୁ 20 ତାରିଖରେ ଭୁବନେଶ୍ବରରେ ତାଲିମ ଦିଆଯିବ । କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଜିଲ୍ଲାର 177 ହଜଯାତ୍ରୀ ମାନଙ୍କୁ ଟୀକାକରଣ ତଥା ତାଲିମ କଟକରେ ପ୍ରଦାନ କରାଯିବ । ସ୍ବାସ୍ଥ୍ୟ କାର୍ଡ ମହତ୍ତ୍ବପୂର୍ଣ୍ଣ ରହି ଥିବାରୁ ରାଜ୍ୟ ହଜ କମିଟି ପକ୍ଷରୁ ସମସ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ଅନୁରୋଧ କରାଯାଇଛି ।

ରାଜ୍ୟ ହଜ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଅକଦଶ ଏହି ସମ୍ପର୍କରେ ଏକ ଚିଠି ଜାରି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

Intro:ରାଉରକେଲା-ହଜ଼ ଯାତ୍ରା ରେ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଗତବର୍ଷ ତୁଳନା ରେ ହଜ଼ ଯାତ୍ରୀ ମାନଙ୍କ ସଂଖ୍ୟା କମି ଯାଇଛି। ଗତ ବର୍ଷ ହଜ଼ ପାଇଁ 730 ହଜ଼ଯାତ୍ରୀ ଓଡିଶା ରୁ ଯାଇଥିବା ବେଳେ ଏହି ବର୍ଷ ମାତ୍ର 654 ଲୋକ ଓଡିଶା ରୁ ଯିବେ। ହଜ଼ଯାତ୍ରୀ ମାନଙ୍କ ସଂଖ୍ୟା କମି ଯିବାର ମୁଖ୍ୟ କାରଣ କୁହାଯାଉଛି ହଜ଼ଯାତ୍ରା ଟିକେ ମହଙ୍ଗା ହୋଇ ଯାଇଛି।

Body:ଓଡିଶା ଜଜ଼ କମିଟି ଦ୍ୱାରା ଜାରି କର ଯାଇ ଥିବା ସୁଚି ଅନୁସାରେ ଓଡିଶା ର ଭଦ୍ରକ ରୁ 51,ବାଲାସୋର ରୁ 28, ମୟୁରଭଂଜ ରୁ5 ଅର୍ଥାତ ଏହି 3 ଜିଲ୍ଲା ରୁ 84 ଜଣଙ୍କ ଟୀକାକରଣ ତଥା ତାଲିମ 13 /7/2019 ଦିନ ପ୍ରଦାନ କରାଯିବ। ସେହିଭଳି ଯାଜପୁର ରୁ 66 ତଥା କେନ୍ଦୁଝର ରୁ 16 ଅର୍ଥାତ 82 ଜଣଙ୍କୁ ଯାଜପୁର ରେ ଟୀକାକରଣ ତଥାବତାଲିମ ପ୍ରଦାନ କର ଯିବ। ସୁନ୍ଦରଗଡ଼ ଜିଲ୍ଲା ରୁ 94,ସମ୍ବଲପୁର ରୁ 27 ତଥା ଝାରସୁଗୁଡା ର 3 ଜଣ ଅର୍ଥାତ 124 ଜଣଙ୍କ ଟୀକାକରଣ ତଥା ତାଲିମ କାର୍ୟ୍ଯକ୍ରମ 17/7/2019 ଦିନ କର ଯିବ। ସେହିଭଳି ବୋଲାଙ୍ଗୀର,ବରଗଡ, କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ତଥା ରାୟଗଡା ରୁ ଯିବାକୁ ଥିବା 39 ହଜ଼ ଯାତ୍ରୀ ମାନଙ୍କ ପାଇଁ 19 ତାରିଖ ଦିନ ସୋନପୁର ରେ ଟୀକାକରଣ ତଥା ୟାଲିଂ କାର୍ଯ୍ୟକ୍ରମ ରଖ ଯାଇଛି।
ଖୋର୍ଦ୍ଧା, ପୁରୀ,ନୟାଗଡ, ଗଂଜାମ ଜିଲ୍ଲା ର 148 ହଜ଼ଯାତ୍ରୀ ମାନେ 20.7.2019 ରେ ଭୁବନେଶ୍ୱର ରେ ତଥା କଟକ,ଜଗତସିଂହପୁର,କେନ୍ଦ୍ରାପଡା, ଢେଙ୍କାନାଳ ଜିଲ୍ଲା ର 177 ହଜ଼ଯାତ୍ରୀ ମାନଙ୍କୁ ଟୀକାକରଣ ତଥା ତାଲିମ କଟକ ରେ ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ କାର୍ଡ ମହତ୍ୱପୂର୍ଣ୍ଣ ରହି ଥିବାରୁ ରାଜ୍ୟ ହଜ଼ କମିଟି ତରଫ ରୁ ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଅନୁରୋଧ କର ଯାଇଛି।

Conclusion:ରାଜ୍ୟ ହଜ଼ କମିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ସଏଡ଼ ମହମ୍ମଦ ଅକଦଶ ଏହି ସମ୍ପର୍କ ରେ ଏକ ଚିଠି ଜାରି କରିଛନ୍ତି।
ବାଇଟ- ମହମ୍ମଦ ନଜମୁଳ ହକ ,ହଜ ଯାତ୍ରୀଙ୍କ ସହଯୋଗୀ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.