ରାଉରକେଲା: ଗୁରୁ ନାନକଙ୍କ 550ତମ ଜୟନ୍ତୀ ଶୁକ୍ରବାର ରାଉରକେଲାରେ ଜୋରଦାର ଭାବରେ ପାଳନ କରାଯାଇଥିଲା । ଶ୍ରୀ ଗୁରୁ ସିଂ ସଭା ତରଫରୁ ବିରାଟ ନଗର କୀର୍ତ୍ତନର ଆୟୋଜନ କରାଯାଇଥିଲା । ଯେଉଁଥିରେ ଶିଖ ସମ୍ପ୍ରଦାୟର ଲୋକ ଅନେକ ସଂଖ୍ୟାରେ ଭାଗ ନେଇଥିଲେ ।
ଏହି ଶୋଭାଯାତ୍ରାରେ ଶିଖ୍ ଧର୍ମର ଲୋକେ ରାସ୍ତାକୁ ସଫା କରିବା ପରେ ନଗର କୀର୍ତ୍ତନ କରିଥିଲେ । ଏହି ନଗର କୀର୍ତ୍ତନରେ ମହିଳା ପୁରୁଷଙ୍କ ସହିତ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।
ରାସ୍ତାର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସହିତ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଶୋଭାଯାତ୍ରା ସଞ୍ଚାଳନ ପାଇଁ ଅନେକ ସଂଖ୍ୟାରେ ପୋଲିସ ସହିତ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ