ETV Bharat / city

‘ବୈଷୟିକ ଆର୍ଥିକ ମାନ୍ଦାବସ୍ଥାର ଦେଶରେ ପଡିନାହିଁ କୌଣସି ପ୍ରଭାବ’ - ବିଶ୍ବ ଆର୍ଥିକ ମାନ୍ଦାବସ୍ଥା

ଜୁଏଲଙ୍କ କହିବା ଅନୁଯାୟୀ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥାର ଦେଶରେ ପଡିନାହିଁ କୌଣସି ପ୍ରଭାବ । ଏପରି ସ୍ପଷ୍ଟୋକ୍ତି ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 28, 2019, 3:02 PM IST

ରାଉରକେଲା: କେନ୍ଦ୍ର ସରକାରଙ୍କ ସୁପ୍ରବନ୍ଧନ ଯୋଗୁଁ ବିଶ୍ବରେ ମାନ୍ଦାବସ୍ଥା ଚାଲିଥିବା ସମୟରେ ଦେଶରେ ଏହାର ପଡିନାହିଁ କୌଣସି ପ୍ରଭାବ । ସ୍ଥାନୀୟ ସେକ୍ଟର-3 ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ସହ କଥା ହୋଇ ଏପରି ସ୍ପଷ୍ଟୋକ୍ତି ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।

ଜୁଏଲଙ୍କ କହିବା ଅନୁଯାୟୀ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥାର ଦେଶରେ ପଡିନାହିଁ କୌଣସି ପ୍ରଭାବ । ଏଥିସହ ଆଗାମୀ ଦିନରେ ପରିସ୍ଥିତିରେ ସୁଧାର ଆସିବା ନେଇ ମଧ୍ୟ ସେ କହିଛନ୍ତି । ବଡ ଟିକସ ରିହାତି କାରଣରୁ ଭାରତ ସରକାରଙ୍କୁ 1.45 ଲକ୍ଷ କୋଟି ଟଙ୍କା ଟିକସ ଆୟ କମ୍‌ ହେବା ନିଷ୍ପତ୍ତି ପଛରେ ଅର୍ଥନୀତିକୁ ଗତିଶୀଳ କରିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

କେନ୍ଦ୍ର ସରକାରଙ୍କ ପ୍ରୟାସ ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସବୁ ସ୍ତରରେ ଲୋକଙ୍କ ଜୀବନରେ ଫରକ ଆସିଛି । ଦୈନିକ ଆବଶ୍ୟକୀୟ ଡାଲି, ଚାଉଳ ଓ ତେଲ ଆଦିର ମୂଲ୍ୟ ସ୍ଥିର ରଖିବାରେ ସରକାର ସଫଳ ହୋଇଥିବା ପ୍ରକାଶ କରିଛନ୍ତି ସାଂସଦ ଜୁଏଲ ଓରାମ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ପୁର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କହିଛନ୍ତି କି ବିଶ୍ବ ରେ ଆର୍ଥିକ ମନ୍ଦା ର ବିଶେଷ ପ୍ରଭାବ ଆମ ଦେଶ ଉପରେ ପଡି ନାହିଁ। ସରକାର ବିଭିନ୍ନ ପଦକ୍ଷେପ ଯୋଗୁ ଆର୍ଥିକ ମନ୍ଦା ଅବସ୍ଥା ପଡୁ ନାହିଁ ତଥା ଆଗାମୀ ଦିନ ରେ ପରିସ୍ଥିତି ରେ ସୁଧାର ହେବ ବୋଲି ସେ ଆଶା ପ୍ରକଟ କରି ଥିଲେ।ବିଶ୍ୱ ର ମାନ୍ଦାବସ୍ଥା ସମୟ ରେ ମୋଦି ସରକାରଙ୍କ ସୁପ୍ରବନ୍ଧନ ଯୋଗୁ ନିତ୍ୟ ବ୍ୟବହାର ବସ୍ତୁ ର ମୂଲ୍ୟ ସ୍ଥିର ରହିଛି।

Body:ଶ୍ରୀ ଓରାମ ଆଜି ରାଉରକେଲା ର ସେକ୍ଟର-3 ପାର୍ଟି କାର୍ଯ୍ୟାଳୟ ରେ ସେ ସାମ୍ବାଦିକ ମାନଙ୍କୁ କଥା ହେବା ସମୟ ରେ ସେ କହି ଥିଲେ କି ବଡ଼ ଟିକସ ରିହାତି କାରଣରୁ ଭାରତ ସରକାରଙ୍କୁ 1.45 ଲକ୍ଷ କୋଟି ଟଙ୍କା ଟିକସ ଆୟ କମ ହେବା ବଡ଼ ନିଷ୍ପତି ପଛ ରେ ଅର୍ଥନୀତି କୁ ଗତିଶୀଳ କରିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହି ଥିଲେ।

Conclusion:କେନ୍ଦ୍ର ସରକାରଙ୍କ ପ୍ରୟାସ ଯୋଗୁ ଅର୍ଥନୀତିକ ଅଭିବୃଦ୍ଧି ହେବ ତଥା ସବୁ ସ୍ତର ରେ ଲୋକଙ୍କ ଜୀବନରେ ଫରକ ଆଣିବ। ଆମେରିକା ତଥା ଚାଇନା ର ବ୍ୟବସାୟିକ ଲଡାଈ, ୟୁଏଇ ଭଳି ବଡ଼ ତେଲ ପ୍ରତିଷ୍ଠାନ ଉପରେ ଆକ୍ରମଣ ମନ୍ଦା ବସ୍ଥା ଆଣିଛି। ସରକାର ଦୈନିକ ଆବଶ୍ୟକୀୟ ଡାଲି, ଚାଉଳ,ତେଲ ମୂଲ୍ୟ ସ୍ଥିର ରଖିବାରର ସରକାର ସଫଳ ହୋଇ ଥିବା ଶ୍ରୀ ଓରାମ କହିଛନ୍ତି।
ବାଇଟ- ଜୁଏଲ ଓରାମ,ସାଂସଦ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.