ରାଉରକେଲା: ସୀମା ଟପିଲା ମାନବିକତା । ପଞ୍ଚାୟତ ପରିସରରେ ଚାଉଳ ଦେବାକୁ ଡାକି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ରାଉରକେଲା ଝିରପାଣି ପଞ୍ଚାୟତରେ ।
ଗତ 7 ତାରିଖ ଦିନ ଜନୈକ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ଜଣେ ସହଯୋଗୀ ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଝିରପାଣି ଥାନାରେ ପିଡୀତା 2 ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ତେବେ ପୋଲିସ ଘଟଣାର ତଦନ୍ତ କରି ପିଡୀତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ