ETV Bharat / city

ମହିଳା କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ, ଫସିଲେ ଅଧ୍ୟାପକ ଓ କିରାଣୀ - ଜଣେ ଅଧ୍ୟାପକ ଏବଂ ଜଣେ କିରାଣୀ

ଜଣେ କାର୍ଯ୍ୟରତ ଆଦିବାସୀ ମହିଳା କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଏବଂ ଅସଦାଚରଣ କରାଯାଇଥିବା ଅଭିଯୋଗ । ଜଣେ ଅଧ୍ଯାପକ ଓ କିରାଣୀଙ୍କ ନାମରେ ମାମଲା ରୁଜୁ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
author img

By

Published : Sep 22, 2019, 11:18 AM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଜଣେ କାର୍ଯ୍ୟରତ ଆଦିବାସୀ ମହିଳା କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଏବଂ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ରାଜଗାଙ୍ଗପୁର ଥାନାରେ ଜଣେ ଅଧ୍ୟାପକ ଏବଂ ଜଣେ କିରାଣୀଙ୍କ ନାମରେ ଏତଲା ଦିଆଯାଇଛି । ରାଜଗାଙ୍ଗପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ପୂର୍ବତନ ବିଧାୟକ ମଙ୍ଗଳ କିଷାନଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜ ପରିଚାଳନା କମିଟିର ବୈଠକରେ କିରାଣୀ ପାଣୁ ଚରଣ ପାଇକରାୟଙ୍କୁ ନିଲମ୍ବନ କରିଥିବା ବେଳେ ଅଧ୍ୟାପକ ସପନ କୁମାର ପଣ୍ଡାଙ୍କୁ ପ୍ରଶାସନିକ କାମରୁ ଅବ୍ୟାହତି କରିଛନ୍ତି । କଲେଜର ଅଧ୍ୟକ୍ଷ ଚନ୍ଦ୍ରମଣି ପଣ୍ଡାଙ୍କୁ ଅନ୍ୟତ୍ର ବଦଳି ପାଇଁ କମିଟି ସରକାରଙ୍କୁ ପତ୍ର ଲେଖିଛନ୍ତି ।

ଉକ୍ତ ମହିଳା କର୍ମଚାରୀଙ୍କ ଏତଲା କ୍ରମେ ପୋଲିସ କିରାଣୀ ପାଣୁ ଚରଣ ପାଇକରାୟ ତଥା ଅଧ୍ୟାପକ ସପନ ପଣ୍ଡାଙ୍କ ବିରୋଧରେ ଆଇପିସି 354 , 354 A , 323 , 294 , 34 ଏବଂ ଅତ୍ୟାଚାର ନିରୋଧ ଆଇନରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ରେ ଜଣେ କାର୍ଯ୍ୟରତ ଆଦିବାସୀ ମହିଳା କର୍ମଚାରୀ ଙ୍କୁ ଜାତିଆନ ମନ୍ତବ୍ୟ ଏବଂ ଅସଦାଚରଣ ଅଭିଯୋଗ ରେ ରାଜଗାଙ୍ଗପୁର ଥାନା ରେ ଜଣେ ଅଧ୍ୟାପକ ଏବଂ ଜଣେ କିରାଣୀଙ୍କ ନାମରେ ଏତେଲା ଦିଆ ଯାଇଛି । ରାଜଗାଙ୍ଗପୁର ପୋଲିସ ଏକ ମାମଲା ରଜ୍ଜୁ କରି ଘଟଣାର ଅନୁସନ୍ଧାନ କରିଛନ୍ତି ।
Body: ଶନିବାର ଦିନ କଲେଜ ପରିଚାଳନା କମିଟି ର ବୈଠକ ପୂର୍ବତନ ବିଧାୟକ ମଙ୍ଗଳ କିଷାନ ଙ୍କ ଅଧ୍ୟକ୍ଷତାରେ ବସି କିରାଣୀ ପାଣୁ ଚରଣ ପାଇକରାୟ ଙ୍କୁ ନିଲମ୍ବନ କରିଥିବା ବେଳେ ଅଧ୍ୟାପକ ସପନ କୁମାର ପଣ୍ଡାଙ୍କୁ ପ୍ରଶାସନିକ କାମରୁ ଅନ୍ତର କରିଛନ୍ତି । କଲେଜର ଅଧ୍ୟକ୍ଷ ଚନ୍ଦ୍ରମଣି ପଣ୍ଡା ଙ୍କୁ ଅନ୍ୟତ୍ର ବଦଳି ଲାଗି କମିଟି ସରକାରଙ୍କୁ ପତ୍ର ଲେଖିଛନ୍ତି ।Conclusion: ଉକ୍ତ ମହିଳା କର୍ମଚାରୀ ଙ୍କ ଏତେଲା କ୍ରମେ ପୋଲିସ ପିଅନ ପଣୁ ଚରଣ ପାଇକରାୟ ତଥା ଲେକ୍ଚରର ସପନ ପଣ୍ଡାଙ୍କ ବିରୋଧ ରେ IPC 354 , 354 A , 323 , 294 , 34 ଏବଂ atrocity act ରେ ମାମଲା ରଜୁ କରି ଘଟଣା ର ତଦନ୍ତ କରୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.