ରାଉରକେଲା : କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି । ଆଉ ଏଭଳି ସଙ୍କଟ ସମୟରେ ଗରିବଙ୍କୁ ଲୁଟିବା ପାଇଁ ପଛାଉନାହାନ୍ତି ଶିକ୍ଷିତ ଠକ ।
ନିଜକୁ ଲେବର ଅଫିସର ପରିଚୟ ଦେଇ ଲେବର କାର୍ଡ କରିବା ଓ ଏହାର ନବୀକରଣ କହି ଟଙ୍କା ଠକିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ଏକ ଶ୍ରମିକ ସଙ୍ଗଠନ ସହ ଜଡିତ । ତାଙ୍କ ନାଁ କୈଳାସ ଚନ୍ଦ୍ର ବାରିକ ।
ପୋଲିସ କୈଳାଶଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ 3 ହଜାର 700 ଟଙ୍କା, ଶ୍ରମିକ କାର୍ଡ, ଆଧାର କାର୍ଡ ବ୍ୟାଙ୍କ ପାସବୁକ ଆଦି ଜବତ କରିଛନ୍ତି । ଏ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ