ETV Bharat / city

ନାବାଳକ କରୁଛି ନୟାନ୍ତ, ପୁଣି ରାଉରକେଲା ଏସପିଙ୍କ ନାମରେ ଫେକ୍ ଫେସବୁକ ଆଇଡ଼ି

ବୟସରେ ନାବାଳକ କିନ୍ତୁ କାର୍ଯ୍ୟ ଅତ୍ୟନ୍ତ ଭୟାନକ । ପୂର୍ବରୁ ଏସପି, ଜିଲ୍ଲାପାଳ ଓ ବିଧାୟକଙ୍କ ନାମରେ ଫେକ ଆଇଡ଼ି କରି ଅନେକ ଲୋକଙ୍କୁ ବ୍ଲାକ ମେଲିଙ୍ଗ କରିଥିବା ଏହି ନାବାଳକ ଏବେ ପୁଣି ରାଉରକେଲା ଏସପିଙ୍କ ନାମରେ ମଧ୍ୟ ଖୋଲିଛି ଫେକ ଫେସବୁକ ଆଉଡ଼ି । ଅଧିକ ପଢନ୍ତୁ..

author img

By

Published : Jun 16, 2020, 4:59 PM IST

fake-facebook-id-in-the-name-of-rourkela-sp

ରାଉରକେଲା: ରାଉରକେଲା ଏସପି କେ ଶିବା ସୁବ୍ରମନୀଙ୍କ ନାମରେ ଫେକ ଫେସବୁକ ID ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଅଟକ ରଖବା ସହ ପଚରା ଉଚରା କରିଛି ।

ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସପି, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଚାଟିଂ, ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା । ନାବାଳକ 2017 ମସିହାରେ ବାଲିଅନ୍ତା ଥାନା ଅଞ୍ଚଳର ଜଣଙ୍କ ଅର୍ଥକୁ black ରୁ white କରିଦେବ କହି ନିଜ ଆକାଉଣ୍ଟକୁ 13 କୋଟି ଟଙ୍କା ଟ୍ରାନ୍ସଫର କରି ନେଇଥିଲା । ପରେ ଆକାଉଣ୍ଟରେ ଡ୍ର କରି ଏକ ଦାମୀ କାର ମଧ୍ୟ କିଣିଥିବା ଭଳି ସଙ୍ଗୀନ ଅଭିଯୋଗ ଲାଗିଥିଲା ।

ପରେ ପୋଲିସ ଅନୁସନ୍ଧାନ କରି ଉକ୍ତ ନାବାଳକକୁ ଗିରଫ କରିବା ସହ ତାର ଆକାଉଣ୍ଟକୁ ଫ୍ରିଜ଼ କରିଦେଇଥିଲେ । ଏହି ନାବାଳକ ବାବଦରେ ଉଦିତନଗର ଥାନା ପୋଲିସ ଅଧିକ ତଦନ୍ତ କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.