ETV Bharat / city

ରାଉରକେଲାରୁ ଜବତ ହେଲା ବିପୁଳ ବିସ୍ଫୋରକ, 4 ଗିରଫ

ପିକପ୍ ଭ୍ୟାନରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କଲା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୋଲିସ । ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

author img

By

Published : Jun 29, 2019, 7:31 PM IST

Updated : Jun 29, 2019, 11:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ପିକପ୍ ଭ୍ୟାନରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । 4 ହଜାର 800ଟି ଇଲେକ୍ଟ୍ରୋନିକ ଡିଟୋନେଟର, 17 କେଜି ଅମୋନିୟମ ନାଇଟ୍ରେଟ, 27ଶହ ସୁପର ଜେଲ ବିସ୍ଫୋରକ ଜବତ କରିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୋଲିସ । ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପଥର ଖନନ ପାଇଁ ବିସ୍ଫୋରକ ସାମଗ୍ରୀ ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗିରଫ ଅଭିଯୁକ୍ତମାନେ ହେଲେ ସୁରଜ ସାହୁ, ମାଧବ ପାତ୍ର, ଅନିଲ ଠାକୁର ଏବଂ ପ୍ରବୀଣ ତପୋ । କେସ ନମ୍ବର 164/19 u/s 5ES ଧାରାରେ ମାମଲା ରୁଜୁ ହୋଇଛି । ଆଲୋକ ସାମଲ ନାମକ ବ୍ୟକ୍ତି ପଥର ମାଫିଆଙ୍କୁ ଏସବୁ ବିସ୍ଫୋରକ ଯୋଗାଉଥିବା ପୋଲିସ ଜାଣିବାକୁ ପାଇଛି । ଆଲୋକ ଏବେ ଫେରାର ରହିଛି । ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Jun 29, 2019, 11:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.