ରାଉରକେଲା: ଦୁଇ ହାତୀଙ୍କ କଳିରେ ବଳିପଡିଲା ହାତୀ ଛୁଆ । ଏଭଳି ଅଘଟଣ ଘଟିଛି ରାଉରକେଲା ହାତୀବାଡି ଅଞ୍ଚଳର ନଦୀଟୋଲା ରାଣୀ ବଗିଚାରେ ।
ସୂଚନାନୁସାରେ, ବୁଧବାର ରାତିରେ ହାତୀପଲଙ୍କ ଭିତରେ ହାତୀଛୁଆଟି ଯାଉଥିଲା । ଏହି ସମୟରେ ଦୁଇ ହାତୀଙ୍କ ମଧ୍ୟରେ କଳହ ଲାଗିଥିଲା । ଉଭୟଙ୍କ କଳହରେ ହାତୀଛୁଆ ଚାପି ହୋଇଯାଇଥିଲା । ହାତୀଛୁଆଟିର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି ।
ହାତୀଛୁଆର ମୃତ୍ୟୁ ପରେ ତାକୁ ଅନ୍ୟ ହାତୀମାନେ ଘେରି ରହିଥିଲେ । ଯଦ୍ବାରା ଗ୍ରାମବାସୀ ସେମାନଙ୍କ ନିକଟକୁ ଯାଇପାରିନଥିଲେ । ଗୁରୁବାର ସକାଳେ ଖବର ପାଇ ବନ ବିଭାଗ ହାତୀପଲକୁ ଘଉଡାଇ ହାତୀଛୁଆର ମୃତଦେହ ଉଦ୍ଧାର କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ