ରାଉରକେଲା: ବିରମିତ୍ରପୁରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ବଡ ଅଭିଯୋଗ । ବିରମିତ୍ରପୁର ଥାନା ଅଞ୍ଚଳରେ ଏକ କମ୍ପାନୀର ଅଧିକାରୀ ଆଦିବାସୀ ମହିଳାଙ୍କ ସହ ଦୁର୍ବ୍ୟବହାର ଘଟଣାକୁ ବିଜେଡ଼ିର ନେତାଙ୍କ ସହାୟତାରେ ଚପେଇ ଦେବାରେ ସଫଳ ହୋଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତିର୍କୀ ।
କଂଗ୍ରେସ ନେତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ସଶକ୍ତିକରଣ କଥା କହୁଥିବା ବେଳେ ଆଦିବାସୀ ମହିଳା ଉତ୍ପୀଡ଼ନ ଘଟଣାକୁ ଚପେଇ ଦିଆଯାଇଛି। ଘଟଣାରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ