ETV Bharat / city

ଅଷ୍ଟମୀ ପୂଜାରେ କମ୍ପୁଛି ରାଉରକେଲା ସହର, ମୀନା ବଜାରରେ ଜମୁଛି ଭିଡ

ମା ଦୁର୍ଗାଙ୍କ ପୂଜାକୁ ନେଇ ଉତ୍ସବମୁଖର ରାଉରକେଲା ସହର । ଗତ ରବିବାର ମାଙ୍କ ଅଷ୍ଟମୀ ପୂଜା ଅବସରରେ ସହରର ସେକ୍ଟର-1, ସେକ୍ଟର-2  ଏବଂ ସେକ୍ଟର-16 ଟେଲିଫୋନ ଭବନ ପୂଜା ପେଣ୍ଡାଲ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

author img

By

Published : Oct 7, 2019, 2:11 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ରାଉରକେଲା: ମା ଦୁର୍ଗାଙ୍କ ପୂଜାକୁ ନେଇ ଉତ୍ସବମୁଖର ରାଉରକେଲା ସହର । ଗତ ରବିବାର ମାଙ୍କ ଅଷ୍ଟମୀ ପୂଜା ଅବସରରେ ସହରର ସେକ୍ଟର-1, ସେକ୍ଟର-2 ଏବଂ ସେକ୍ଟର-16 ଟେଲିଫୋନ ଭବନ ପୂଜା ପେଣ୍ଡାଲ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ପୂଜା ଭିଡକୁ ନଜରରେ ରଖି ସେଠାରେ ମୀନା ବଜାର ପଡିଥିଲା। ଦୋଳି ଖେଳ ସାଙ୍ଗକୁ ଚାଟ ଓ ଗୁପଚୁପ ଖାଇବାର ମଜା ନେଇଥିଲେ ପୂଜା ବୁଲି ଆସିଥିବା ଲୋକେ । ଟ୍ରାଫିକ ବ୍ୟବସ୍ଥା଼କୁ ଠିକ ରଖିବା ପାଇଁ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଲୋକଙ୍କ ଯେପରି କୌଣସି ଅସୁବିଧା ନ ହେବ, ସେ ନେଇ ଗୁରୁତ୍ବ ଦିଆଯାଇଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ଏପଟେ ସହରର ଛୋଟ ଛୋଟ ପୂଜା କମିଟିମାନେ ମଧ୍ୟ ସୁନ୍ଦର ପ୍ରତିମା ନିର୍ମାଣ ସହିତ ପେଣ୍ଡାଲ ନିର୍ମାଣ ତଥା ଆଲୋକମାଳ ତଥା ସାଜସଜ୍ଜାରେ ପଛେଇ ନଥିଲେ। ତେବେ ସୋମବାର ପୂଜା ପେଣ୍ଡାଲ ଗୁଡିକରେ ନବମୀ ପୂଜା ଆରମ୍ଭ ହୋଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ସହର ରେ ମା ଦୁର୍ଗାଙ୍କ ପୂଜା କୁ ନେଇ ପୁରା ସହର ଉତ୍ସବମୁଖର। ଅଷ୍ଟମୀ ରାତି ରେ ପୂଜା ପେଣ୍ଡଳ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଟ୍ରାଫିକ ବ୍ୟବସ୍ଥା କୁ ଠିକ ରଖିବା ପାଇଁ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କର ଯାଇ ଥିବା ବେଳେ ଲୋକ ମାନଙ୍କ ଅସୁବିଧା ନ ହେଉ ତା ଉପରେ ଗୁରୁତ୍ୱ ଦିଆ ଯାଇଥିଲା।
ଆଜି ପୂଜା ପଣ୍ଡାଲ ଗୁଡିକରେ ନବମୀ ପୁକ ଆରମ୍ଭ ହୋଇଛି।

Body:ରାତି ରେ ସହର ରେ ସେକ୍ଟର-2,-1,16,ଟେଲିଫୋନ ଭବନ ପୂଜା ପଣ୍ଡାଲ ଗୁଡିକରେ ପ୍ରବଳ ଭିଡ ରହି ଥିଲା। ଲୋକ ଅନେ ପୂଜା ଦେଖିବା ସହିତ ଏଠାରେ ଲାଗିଥିବା ମିମ ବଜାର ରେ ମଧ୍ୟ ଦୋଳି ଖେଳିବା ସହିତ ମେଳା ବୁଲିଥିଲେ।

Conclusion:ସହର ରେ କିଛି କମ ଭିଡ଼ ଥିବା ପେଣ୍ଡଳ ଗୁଡିକରେ ଭକ୍ତ ମାନେ ସ ପରିବାର ଯାଇ ମାଙ୍କ ଦର୍ଶନ କରିବା ସହିତ ପୂଜା ଅର୍ଚ୍ଚନା ଆରାମ ରେ କରି ପାରି ଥିଲେ।
ଛୋଟ ପୂଜା କମିଟି ମନେ ମଧ୍ୟ ସୁନ୍ଦର ପ୍ରତିମା ନିର୍ମାଣ ସହିତ ପେଣ୍ଡଳ ନିର୍ମାଣ ତଥା ଆଲୋକ ମାଲ ତଥା ସାଜସଜ୍ଜା ରେ ପଛେଇ ନ ଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.