ରାଉରକେଲା: ବିଶ୍ରା ଅଞ୍ଚଳରୁ 2 କୋରୋନା ପଜିଟିଭ ଚିହ୍ନଟ ପରେ ବିଶ୍ରା ଓ ଏହାର ଆଖପାଖର 10ଟି ଗାଁକୁ ସିଲ କରି ଦିଆଯାଇଥିଲା । 48 ଘଣ୍ଟା ଲେଖାଁଏ ଦୁଇଥର କଣ୍ଟେନମେଣ୍ଟ ଜୋନ ସିଲ ହେବା ପରେ ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲାପାଳ ପୁଣି ଏହି କଣ୍ଟେନମେଣ୍ଟ ଅବଧିକୁ 48 ଘଣ୍ଟାକୁ ବୃଦ୍ଧି କରିଥିବା ଜଣାପଡିଛି ।
ସୁନ୍ଦରଗଡ଼ ଜିଲ୍ଲାରେ 2ଟି ପଜିଟିଭ ବାହାରିବା ପରେ ଲୋକେ ଆତଙ୍କିତ ଥିଲେ । ଦୁଇ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ଠିକ ହୋଇଯାଇଥିବା କୁହାଯାଉଛି। ଏହି ଅଞ୍ଚଳରେ ସ୍କ୍ରିନିଂ ତଥା ସାନିଟାଇଜିଂ କାର୍ଯ୍ୟକ୍ରମ ଜାରି ରହିଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ