ETV Bharat / city

ସେବା ଯୋଗାଇବାରେ ଅସମର୍ଥ ଏସବିଆଇ! - ଭାରତୀୟ ଷ୍ଟେଟ ବ୍ୟାଙ୍କ

ସୁନ୍ଦରଗଡ ଜିଲ୍ଲା ଖଣି ଅଞ୍ଚଳ ଟେନ୍ସାରେ ଥିବା ଏସବିଆଇରେ ଗ୍ରାହକଙ୍କୁ ସେବା ଯୋଗାଇ ଦେବାରେ ବିଭିନ୍ନ ସମସ୍ୟା ଦେଖା ଯାଉଥିବା ଅଭିଯୋଗ ହୋଇଛି। ଆବଶ୍ୟକୀୟ ପରିମାଣର ଟଙ୍କା ବ୍ୟାଙ୍କ ଗ୍ରାହକଙ୍କୁ ଦେଇ ପାରୁନଥିବା ଚର୍ଚ୍ଚା ହେଉଛି।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
author img

By

Published : Oct 12, 2019, 11:56 AM IST

ରାଉରକେଲା : ସୁନ୍ଦରଗଡର ଟେନ୍ସା ଠାରେ ଥିବା ଏସବିଆଇ ଶାଖାରେ ଗ୍ରାହକଙ୍କୁ ସେବା ମିଳିବାରେ ଦେଖାଦେଇଛି ସମସ୍ୟା । ଖଣିଖାଦାନ ଭରା ଏହି ଅଞ୍ଚଳର ଗ୍ରାହକ ବ୍ୟାଙ୍କ ସେବା ପାଇବାରେ ବିଭିନ୍ନ ଅସୁବିଧାର ସାମ୍ନା କରୁଥିବା ଅଭିଯୋଗ ହୋଇଛି।

ଏହି ବ୍ୟାଙ୍କରେ ମୋଟ 2 ଜଣ ଷ୍ଟାଫ ଅଛନ୍ତି। ଯାହା ଫଳରେ ସେମାନେ ପ୍ରତିଦିନ ଆସୁଥିବା ଗ୍ରାହକଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ପାରୁନାହାଁନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କ ଆବଶ୍ୟକୀୟ ପରିମାଣର ଟଙ୍କା ଗ୍ରାହକଙ୍କୁ ଦେଇ ପାରୁନାହିଁ।
ଏହାର ଏଟିଏମ ବନ୍ଦ ରହିଛି। ଦରକାର ମୁତାବକ ଟଙ୍କା ନଥିବାରୁ ଗ୍ରାହକ ପ୍ରତିଦିନ ଆସି ଫେରି ଯାଉଛନ୍ତି। ଯେଉଁ ଗ୍ରାହକ 25 ହଜାରର ଚେକ ଦେଉଛନ୍ତି ତାଙ୍କୁ ଟଙ୍କା ନଥିବା ଦର୍ଶାଇ 5 ରୁ 10 ହଜାର ଟଙ୍କା ଦିଆଯାଉଥିବା ଅଭିଯୋଗ ହେଉଛି।

ଆସନ୍ତାକାଲି ଶନିବାର ଏବଂ ତାପରେ ରବିବାର । ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଟିଏମ ବନ୍ଦ ଥିବାରୁ ଲୋକେ କଣ କରିବେ ବୁଝି ପାରୁନାହାଁନ୍ତି। ଗ୍ରାହକଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ସମସ୍ତ ଉଦ୍ୟମ କରୁଛୁ ଏବଂ ଏ ବାବଦରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଶୀଘ୍ର ପଦକ୍ଷେପ ନେବାକୁ କୁହାଯାଇଛି। ଟେନ୍ସା ଏକ ଶ୍ରମିକ ଭିତ୍ତିକ ଅଞ୍ଚଳ ହୋଇଥିବାରୁ ସଠାରେ ବ୍ୟାଙ୍କ ସେବାରେ ସୁଧାର ଆଣିବାକୁ ସାଧାରଣରେ ଦାବି ହୋଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ ଜିଲ୍ଲା ଖଣିଖାଦାନ ଭରା ଟେନ୍ସ। ରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସାମନା କରୁଛନ୍ତି । ଏହି ବ୍ୟାଙ୍କ ରେ ସମୁଦାୟ 2 ଜଣ ଷ୍ଟାଫ ଅଛନ୍ତି । ଫଳରେ ସେମାନେ ପ୍ରତିଦିନ ଆସୁଥିବା ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦେଇ ପାରୁନାହାନ୍ତି । ATM ଅଛି କିନ୍ତୁ ବନ୍ଦ ରହୁଛି। ଏହି ଭଳି ପରିସ୍ଥିତି ରେ ବ୍ୟାଙ୍କ ମଧ୍ୟ ପର୍ଯପ୍ତ ଟଙ୍କା ଗ୍ରାହକ ମାନଙ୍କୁ ଦେଇ ପାରୁ ନାହିଁ।
Body:
ବ୍ୟାଙ୍କ ର ଏଟିଏମ୍ ବନ୍ଦ ରହିଛି। ବ୍ୟାଙ୍କ ରେ ଆବଶ୍ୟକୀୟ କ୍ୟାଶ ନଥିବାରୁ ଗ୍ରାହକ ମାନେ ପ୍ରତିଦିନ ଆସି ଫେରି ଯାଉଛନ୍ତି । ଯେଉଁ ଗ୍ରାହକ 25 ହଜାର ର ଚେକ ଦେଉଛନ୍ତି ତାଙ୍କୁ ଟଙ୍କା ନଥିବା ଦର୍ଶାଇ 5 ରୁ 10 ହଜାର ଟଙ୍କା ଦିଆଯାଉଥିବା ଅଭିଯୋଗ ହେଉଛି । ଆଜି ଟଙ୍କା ନଥିବାରୁ ଶହ ଶହ ଗ୍ରାହକ ଫେରି ଯାଇଛନ୍ତି ।

ଆସନ୍ତା କାଲି ଶନିବାର ଏବଂ ତାପରେ ରବିବାର । ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ATM ବନ୍ଦ ଥିବାରୁ ଲୋକେ କଣ କରିବେ ବୁଝି ପାରୁନାହାନ୍ତି । " ଆମେ ଗ୍ରାହକ ମାନଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ସମସ୍ତ ଉଦ୍ୟମ କରୁଛୁ ଏବଂ ଏ ବାବଦରେ Conclusion:ରାଉରକେଲା ଆଞ୍ଚଳିକ ମ୍ୟାନେଜର ଙ୍କୁ ଶୀଘ୍ର ପଦକ୍ଷେପ ନେବାକୁ କୁହା ଯାଉଛି ।" କହନ୍ତି ବିଜୟ କୁଜୁର , ମହାପ୍ରବନ୍ଧକ , SBI , ଭୁବନେଶ୍ୱର । " ଖୁବ ଶୀଘ୍ର ଗ୍ରାହକ ମାନଙ୍କୁ କିପରି ଉତ୍ତମ ସେବା ଯୋଗାଇ ଦିଆଯାଇପାରିବ ସେଥିଲାଗି maximum ପଦକ୍ଷେପ ନିଆଯାଉଛି । ରାସ୍ତା ଖରାପ ଥିବାରୁ ଠିକ ସମୟରେ ବଣେଇ ରୁ କ୍ୟାଶ ଭ୍ୟାନ ପହଞ୍ଚିବାରେ ଅସୁବିଧା ହେଉଛି । ଗ୍ରାହକଙ୍କ ସୁବିଧା ଲଗାଇ ଆଉ ଦୁଇଜଣ ଷ୍ଟାଫ ପୋଷ୍ଟିଂଗ କରାଯାଇଛି । ସେମାନେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗଦେବେ " କହନ୍ତି ପ୍ରଣତି ଶତପଥୀ , RM , SBI , ରାଉରକେଲା ।
ଟେନ୍ସ। ଏକ ଶ୍ରମିକ ଭିତ୍ତିକ ଅଞ୍ଚଳ ହୋଇଥିବାରୁ ସଠାରେ ବ୍ୟାଙ୍କ ସେବା ରେ ସୁଧାର ଆଣିବାକୁ ସାଧାରଣରେ ଦାବି ହେଉଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.