ରାଉରକେଲା: ଇସ୍ପାତ ସହରରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 3ଦିନିଆ ରାଉରକେଲା ଗସ୍ତରେ ଆସି ଆଜି ଇସ୍ପାତ କାରଖାନା ବୁଲି ଦେଖିଛନ୍ତି । ଏହାପରେ ମନ୍ତ୍ରୀ ଆଦିବାସୀଙ୍କ ସରନା ପୂଜାସ୍ଥଳକୁ ଯାଇଥିଲେ। ସେଠାରେ ସେ ବହୁତ ସମୟ ରହି ପୂଜା ଅର୍ଚ୍ଚନା କରିଛନ୍ତି । ଏହାପରେ ଏକ ସମ୍ବାଦିକ ସମ୍ମିଳନୀର ଆୟୋଜିତ କରିଥିଲେ ।
ସୂଚନାଥାଉକି, ଇସ୍ପାତ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଲର ଚେୟାରମ୍ୟାନ ଅନୀଲ ଚୌଧୁରୀ, ସାଂସଦ ଜୁଏଲ ଓରାମ ଓ ବିଧାୟକ ଶଙ୍କର ଓରାମଙ୍କ ସହିତ ଆଦିବାସୀଙ୍କ ସରନା ପୂଜାସ୍ଥଳକୁ ଯାଇଥିଲେ। ମନ୍ତ୍ରୀଙ୍କ ସରନା ସ୍ଥଳ ପହଞ୍ଚିବା ପରେ ଆଦିବାସୀ ନୃତ୍ୟ ଓ ବାଦ୍ୟ ଦ୍ବାରା ତାଙ୍କର ସ୍ବାଗତ କରଯାଇଥିଲା। ଏହାପରେ ସେଠାରେ ସେ ପୂଜାର୍ଚ୍ଚନା କରିଥିଲେ ।
ଏହାସହ ମନ୍ତ୍ରୀ ପ୍ରଧାନ ସରନାର ଜମିକୁ ନେଇ ସେଲର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ