ETV Bharat / city

ଜୁଏଲଙ୍କ ବାସଭବନରେ ଧର୍ମେନ୍ଦ୍ର-ପ୍ରତାପ

କୌଣସି ପଦ ନପାଇ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ କ୍ୟାବିନେଟର ମନ୍ତ୍ରୀମଣ୍ଡଳ ଘୋଷଣା ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଶୁକ୍ରବାର ଦିଲ୍ଲୀସ୍ଥିତ ଜୁଏଲଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ।

author img

By

Published : May 31, 2019, 3:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି ମୋଦି ସରକାର 2.0 । ଏନେଇ ବଣ୍ଟା ସରିଛି କ୍ୟାବିନେଟର ମନ୍ତ୍ରୀ ଦାୟିତ୍ବ । ହେଲେ କୌଣସି ପଦ ନପାଇ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ କ୍ୟାବିନେଟର ମନ୍ତ୍ରୀମଣ୍ଡଳ ଘୋଷଣା ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଶୁକ୍ରବାର ଦିଲ୍ଲୀସ୍ଥିତ ଜୁଏଲଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହି ସୌଜନ୍ୟମୂଳକ ସାକ୍ଷାତରେ ଧର୍ମେନ୍ଦ୍ର ଓ ପ୍ରତାପଙ୍କ ସମେତ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତା ତଥା କେ ଭି ସିଂଦେଓ, ସଙ୍ଗୀତା ସିଂଦେଓ ଓ ମନମୋହନ ସାମଲ ଉପସ୍ଥିତ ରହିଥିଲେ । ତେବେ ଆଗାମୀ 5 ବର୍ଷ ପାଇଁ ଗତ ବର୍ଷ ତୁଳନାରେ ଅଧିକ ଲୋକଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ଖୁସି ଜାହିର କରିଛନ୍ତି ଜୁଏଲ ।

ଏଥିସହ କ୍ୟାବିନେଟରେ ପୁନର୍ବାର ସ୍ଥାନ ପାଇଥିବା ଧର୍ମେନ୍ଦ୍ରଙ୍କ ସମେତ ପ୍ରଥମ ଥର ସାମିଲ ହୋଇଥିବା ପ୍ରତାପଙ୍କୁ ମିଠା ଖୁଆଇ ସ୍ବାଗତ କରିଛନ୍ତି ଜୁଏଲ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ରାଉରକେଲା-କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ପ୍ରତାପ ସରଙ୍ଗୀ ଆଜି ରାଜ୍ୟ ର ଅନ୍ୟ କେତେଜଣ ଓଡିଶା ର ସାଂସଦ ମାନଙ୍କ ସହିତ ସୁନ୍ଦରଗଡ ର ସାଂସଦ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ର ଦିଲ୍ଲୀ ଘରକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରି ଥିଲେ। ଶ୍ରୀ ଓରାମ ମଧ୍ୟ ମନ୍ତ୍ରୀପରିଷଦ ରେ ପୁଣି ଥରେ ଶାମିଲ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ତଥା ନୂଆ କରି ଶାମିଲ ହୋଇ ଥିବା ପ୍ରତାପ ସରଙ୍ଗୀ କୁ ମିଠା ଖିଲାଇ ସ୍ୱାଗତ କରି ଥିଲେ। 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.