ରାଉରକେଲା: ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି(ରବିବାର) ଦିନିକିଆ ରାଉରକେଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ଆଇନ ବ୍ୟବସ୍ଥା ତଥା ଅପରାଧକୁ ନେଇ ପଶ୍ଚିମ ରେଞ୍ଜର ଡିଆଇଜିଙ୍କ ସହିତ ସୁନ୍ଦରଗଡ, ରାଉରକେଲା ଓ କେନ୍ଦୁଝର ଏସପିଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି।
ଏହାସହ ସହରରେ ଲାଗିଥିବା ବିଭିନ୍ନ ସିସିଟିଭି ତଥା ପିସିଆରକୁ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମକୁ ଉଦଘାଟନ କରିବା ସହିତ ପୁରା ବ୍ୟବସ୍ଥାକୁ ବୁଲି ଦେଖିଥିଲେ। ସେଠାରେ ଶହୀଦ ପୋଲିସକର୍ମୀଙ୍କ ଫଟୋଚିତ୍ରକୁ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧଞ୍ଜଳି ଦେଇଥିଲେ। ପରେ ଉଦିତନଗର ପରେଡ ମୈଦାନକୁ ଆସି 25 ଟି ପିସିଆର ଗାଡିକୁ ଶୁଭାରମ୍ଭ କରିଥିଲେ।
ଏହି ସମୟରେ ପ୍ରତି ଗାଡି ଚାଳକ ପାଖକୁ ଯାଇ ସେ ହାତ ମିଳାଇ ଥିବା ଦେଖିବାକୁ ମିଳିଥିଲା । ତେବେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତପସ୍ବିନୀ ଏକ୍ସପ୍ରେସରେ ଗୁଇନ୍ଦା ଏଡିଜି ଆରକେ ଆଶ୍ରମଙ୍କ ସହିତ ରାଉରକେଲା ଆସିଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ