ରାଉରକେଲା: ଡ୍ୟୁଟିରେ ଥିବାବେଳେ ଜଣେ ସିଆରପିଏଫ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ରାଉରକେଲାରେ ଏହି ଘଟଣା ଘଟିଛି । ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଘଟଣାକୁ ନେଇ କୌଣସି ସିଆରପିଏଫ ଅଧିକାରୀ ମୁହଁ ଖୋଲୁନାହାନ୍ତି । ସିଆରପିଏଫ ଯବାନଙ୍କ ନାମ ରାଜପାଳ ସିଂ । ସେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି ।
କାଶ୍ମୀରରେ 18 ବାଟାଲିଆନରେ ସେ କାର୍ଯ୍ୟରତ ଥିଲେ । କିଛିମାସ ତଳେ 19 ବାଟାଲିଆନରେ ସେ ଯୋଗଦାନ କରିଥିଲେ । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣା ପରେ ତାଙ୍କୁ ଲହୁଣିପଡା ଅଣାଯାଇଥିଲା । ସିଆରପିଏଫ ପୋଲିସ ଘଟଣାର ତଦନ୍ତ କରୁଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ