ରାଉରକେଲା: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ରାଉରକେଲା ଆଇଟିଡିଏ ସମ୍ମିଳନୀ ହଲରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତଥା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆୟୋଜିତ ଏହି ସମ୍ମିଳନୀ ରେ 'ସଚ୍ଚୋଟତା-ଏକ ଜୀବନ ଶୈଳୀ ବିଷୟ ଉପରେ ଆଲୋଚନା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଉରକେଲାର ଏଡିଏମ ୱାଇ. ବିଜୟ, ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପି ଏସସି ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଦୁର୍ନୀତି ବିରୋଧରେ କିପରି କାର୍ଯ୍ୟନୁଷ୍ଠାନ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ରାଉଲକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ