ରାଉରକେଲା: ରାଉରକେଲା ବନ୍ଧମୁଣ୍ଡାର ଜ୍ଞାନଦୋୟ ସ୍କୁଲ ମୁଖ୍ୟ ବିଭୁତି ଗୁପ୍ତା ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣାକୁ ନେଇ ମୁହଁ ଖୋଲିଛି କଂଗ୍ରେସ । ଦୁଷ୍କର୍ମ କରିଥିବା ଯୁବକ ଶାସକ ଦଳର ଶକ୍ତିଶାଳୀ ନେତା ହୋଇଥିବାରୁ ଯୁବତୀକୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଉ ବୋଲି ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ସେପଟେ, କଂଗ୍ରେସର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ବିରେନ ସେନାପତି । ବନ୍ଧମୁଣ୍ଡାରେ ଗଢି ଉଠିଥିବା ସ୍କୁଲଟି ରେଳ ବିଭାଗର ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କିପରି ରେଳ ବିଭାଗ ଜମିରେ ତିଆରି ହେଲା ସ୍କୁଲ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ