ETV Bharat / city

ଲକଡାଉନରେ ଗୋରୁ ଚାଲାଣ, 2 ଗିରଫ - ରାଉରକେଲାରେ ଗୋରୁ ଚାଲାଣ

ଲକଡାଉନରେ ସହରରେ ସାମ୍ନାକୁ ଆସିଛି ଗୋରୁ ଚାଲାଣ ଘଟଣା । ଏଥିରେ ପୋଲିସ 2 ଜଣଙ୍କୁ ଗିରଫ କରିବା ସହିତ 10ଟି ଗାଈ ଉଦ୍ଧାର କରିଛି ।

Cattle shipping in rourkela, rourkela lockdown, rourkela latest news, ରାଉରକେଲା ଲକଡାଉନ, ରାଉରକେଲାରେ ଗୋରୁ ଚାଲାଣ, ରାଇରକେଲା ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନରେ ଗୋରୁ ଚାଲାଣ, 2 ଗିରଫ
author img

By

Published : Apr 13, 2020, 10:44 PM IST

ରାଉରକେଲା: ଲକଡାଉନରେ ସହରରେ ସାମ୍ନାକୁ ଆସିଛି ଗୋରୁ ଚାଲାଣ ଘଟଣା । ଏଥିରେ ପୋଲିସ 2 ଜଣଙ୍କୁ ଗିରଫ କରିବା ସହିତ 10ଟି ଗାଈ ଉଦ୍ଧାର କରିଛି । ଏଥିସହ ଏକ ବୋଲେରୋ ଗାଡି ମଧ୍ୟ ଜବତ କରିଛି ପୋଲିସ । ସେପଟେ ଜବତ ଗାଈଙ୍କୁ ଗୋଶାଳା ପଠାଇ ଦିଆଯାଇଛି।

ସୋମବାର ସନ୍ଧ୍ୟାରେ ଖଟକୁଲବହଲରୁ ଲାଠିକଟାର ନୂଆଗାଁକୁ ଗୋରୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଗାଡିକୁ ଧରିଥିଲେ ଏବଂ ଲାଠିକଟା ଥାନାକୁ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ପରେ ବଳଦୀ, ଯାତ୍ରାତୋଳାର ଅର୍ଜୁନ ଏକ୍କା ନାମକ ବ୍ୟକ୍ତିଙ୍କ ଏତଲା ଉପରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧରରେ ପୋଲିସ ଗିରଫ କରିଥିବା ଯୁବକମାନେ ହେଲେ ଅର୍ଜୁନ ବେରୁଆ ଓ ମହମ୍ମଦ ହୁସେନ। ଏହି ଗୋରୁ ଗୁଡିକୁ ସେ ନେବା ସମୟ ରେ ଧରା ପଡିଥିଲା।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.