ରାଉରକେଲା: ଲଗାଣ ବର୍ଷାରେ ପୁଣି ଧୋଇଗଲା କୋଇଡା ବ୍ଲକ ଅନ୍ତର୍ଗତ ତୋଡା ନିକଟ 215 ନଂ ଜାତୀୟର ରାଜପଥର ପୋଲ । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଏଥିସହ ଶହ ଶହ ଟ୍ରକ ଅଟକି ରହିଛି । ଏପଟେ, କଲାଟା-କୋଇଡା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।ପୂର୍ବରୁ ପୋଲ ଉପରେ ପାଣି ଚାଲୁଥିଲା ବେଳେ ଏବେ ସମ୍ପୂର୍ଣ୍ଣ ପୋଲ ଭାସିଯାଇଛି । ତଥାପି ଏଥିପ୍ରତି ଜିଲ୍ଲା ପ୍ରଶାସନଙ୍କ ନିଘା ନାହିଁ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ