ରାଉରକେଲା: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରିବା ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ମଣ୍ଡଳ ଗୁରୁବାର ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟିଛନ୍ତି । ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଳାନକୁ ଦେଖା କରି ବିରମିତ୍ରପୁର ଥାନାର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣାର ନ୍ୟାୟିକ ଯାଞ୍ଚ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ସହିତ ପ୍ରମିଳା ଦାସ ତଥା ଅନ୍ୟମାନେ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟିଥିଲେ । ଏହାସହ ଜଣେ 13 ବର୍ଷୀୟ ନାବାଳିକା ସହିତ ଦୁଷ୍କର୍ମ ଓ ଗର୍ଭପାତ ପରି ଘଟଣା ଅତି ଲଜ୍ଜ୍ୟାଜନକ। ଆଉ ଏହି ଘଟଣାରେ ଖୋଦ ପୋଲିସ କର୍ମଚାରୀ ସହ ଗର୍ଭପାତ କରାଇଥିବା ଡାକ୍ତର ଲିପ୍ତ ଥିବାରୁ ଏହା ଏକ ହାଇ ପ୍ରୋଫାଇଲ କେସ ।
ଯାହାର ପୁରା ଘଟଣାର ନିରପେକ୍ଷ ଯାଞ୍ଚ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଏନେଇ ରାୟବଗାରେ ମାମଲା ରୁଜୁ ହେବା ପରେ ଗୁରୁବାର ପୋଲିସ ନାବାଳିକାକୁ ଡାକ୍ତରୀ ଯାଞ୍ଚ ପାଇଁ ନେଇଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ