ETV Bharat / city

ବୀରମିତ୍ରପୁର ସଟଡାଉନ, ଅଖଚକ ବନ୍ଦ

author img

By

Published : Jul 17, 2020, 10:20 AM IST

Updated : Jul 17, 2020, 10:57 AM IST

ଶୁକ୍ରବାର ରାତି 9 ପରଠାରୁ ରାଉରକେଲା ଲକଡାଉନ । କୋରୋନା ସଂକ୍ରମଣ ନେଇ ବୀରମିତ୍ରପୁରକୁ ସଟଡାଉନ ଘୋଷଣା। ଅଧିକ ପଢନ୍ତୁ.....

biramitrapur shut dawn due to corona
ବୀରମିତ୍ରପୁର ସଟଡାଉନ, ଅଖଚକ ଜାମ

ରାଉରକେଲା: ସହର ଶୁକ୍ରବାର ରାତି 9 ଟା ପର ଠାରୁ ଜୁଲାଇ 31 ପର୍ଯ୍ୟନ୍ତ ଲକଡାଉନ । କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ 4 ଜିଲ୍ଲା ସମେତ ରାଉରକେଲାକୁ ଲକଡାଉନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ହେଲେ ବୀରମିତ୍ରପୁରରେ ଶୁକ୍ରବାର ସକାଳୁ ସଟ ଡାଉନ ଆରମ୍ଭ ହୋଇଯାଇଛି । ପାନପୋଷ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସଟଡାଉନ ଆରମ୍ଭ ହୋଇଛି । ବିରମିତ୍ରପୁର ପୌରାଞ୍ଚଳରେ ଗତ କିଛିଦିନ ହେଲା କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ବୀରମିତ୍ରପୁର ସଟଡାଉନ, ଅଖଚକ ବନ୍ଦ

ସଟଡାଉନ 17 ତାରିଖ ସକାଳ ଛଅ ଟାରୁ ଆରମ୍ଭ ହୋଇଥିବା ବେଳେ 19 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ରହିବ । ପୌରାଞ୍ଚଳରେ କେତେକ ଜରୁରୀ କାଳୀନ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜାତୀୟ ରାଜପଥରେ ଗାଡ଼ି ମୋଟର ଚଳାଚଳ କରୁଥିବା ବେଳେ ସହର ମଧ୍ୟରେ ଯାନ ବାହାନ ଚଳାଚଳ ପ୍ରାୟ ବନ୍ଦ ରହିଛି । ଅନ୍ୟପଟେ ରାଉରକେଲା ମହାନଗର ନିଗମରେ ଜୁଲାଇ 31 ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଥିବା ବେଳେ ଏହି ଲକଡାଉନରେ ଇସ୍ପାତ ସହରାଞ୍ଚଳକୁ ମଧ୍ୟ ସାମିଲ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jul 17, 2020, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.